Indus Valley Times

ରାଜଧାନୀରୁ ଦୁଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ: ଗତକାଲିଠାରୁ ସ୍କୁଲରୁ ଘରକୁ ଫେରିନାହାନ୍ତି

 Breaking News

ରାଜଧାନୀରୁ ଦୁଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ: ଗତକାଲିଠାରୁ ସ୍କୁଲରୁ ଘରକୁ ଫେରିନାହାନ୍ତି

ରାଜଧାନୀରୁ ଦୁଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ: ଗତକାଲିଠାରୁ ସ୍କୁଲରୁ ଘରକୁ ଫେରିନାହାନ୍ତି
July 05
12:45 2023

ଭୁବନେଶ୍ୱର,୫/୭ : ଭୁବନେଶ୍ୱର ସ୍ଥିତ ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ୨ ଛାତ୍ର ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ନିଖୋଜ ଛାତ୍ର ଦ୍ୱୟ ହେଲେ ସୋନୁ କୁମାର ଓ ପୃଥ୍ୱୀରାଜ ପ୍ରଧାନ। ସେମାନେ ଅଷ୍ଟମ ଶ୍ରେଣୀର ଛାତ୍ର।
ଗତକାଲି ସକାଳେ ସୋନୁ ଓ ପୃଥ୍ୱୀରାଜ ଅଟୋ ଯୋଗେ ସ୍କୁଲ ଯାଇଥିଲେ। ସ୍କୁଲ ପହଞ୍ଚିବାର କିଛି ସମୟ ପରେ ସେମାନେ ବିସ୍କୁଟ କିଣିବାକୁ ପାଖ ଦୋକାନକୁ ଯାଇଥିଲେ। ତା’ପରେ ସେମାନେ ଆଉ ସ୍କୁଲକୁ ଫେରିନଥିଲେ କି ଘରକୁ ଫେରିଥିଲେ। ସ୍କୁଲ ଛୁଟି ପରେ ପୁଅ ଘରକୁ ନ ଫେରିବାରୁ ବାପାମା’ ବ୍ୟସ୍ତ ହୋଇ ସ୍କୁଲରେ ଯାଇ ପଚରାଉରା କରିଥିଲେ। ହେଲେ ସ୍କୁଲରେ ଦୁଇ ଛାତ୍ରଙ୍କୁ ସେମାନେ ପାଇ ନଥିଲେ। ଏନେଇ ଥାନାରେ ଦ୍ୱାରସ୍ଥ ହୋଇଥିଲେ ପରିବାର ବର୍ଗ।
ଅଭିଯୋଗ ପରେ ପୁଲିସ ସ୍କୁଲର ଅଧ୍ୟକ୍ଷାଙ୍କୁ ପଚରାଉଚରା କରିଛି। ଏଥିସହ ସ୍କୁଲରେ ଲାଗିଥିବା ସିଟିଟିଭି ଓ ସ୍କୁଲ ରାସ୍ତାରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି। ଏହି ଦୁଇ ଛାତ୍ରଙ୍କୁ କିଏ ଅପହରଣ କରି ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି। ପୁଲିସ ଦୁଇ ଛାତ୍ରଙ୍କ ସାଙ୍ଗସାଥୀଙ୍କୁ ପଚରାଉଚରା କରିବା ସହ ପରିବାର ଲୋକଙ୍କ ପଚରାଉଚର ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031