Indus Valley Times

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

 Breaking News

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
September 23
21:58 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୩/୯ : ଚଳିତ ବର୍ଷ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୁଲ୍ୟରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଅଛି।
ଏହି ସମାରୋହରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ମଲିକ ସଭାପତିତ୍ୱ କରିଥୂବା ବେଳେ ବିଭାଗୀୟ ମୁଖ୍ୟ ଡ.ସୁଶାନ୍ତ କୁମାର ପଣ୍ଡା ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।
ଏହି ସମାରୋହରେ ଡ଼ ସଞ୍ଜୟ କୁମାର ମିଶ୍ର ମୁଖ୍ୟ ବକ୍ତା,ସମ୍ମାନିତ ଅତିଥି ଡ଼.ଗୋବର୍ଦ୍ଧନ ନାୟକ ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମ ର ଆରମ୍ଭରେ ଓଡ଼ିଆ ବିଭାଗର ଗବେଷକ ଶୁଭ୍ରାଂଶୁ ବେହେରା ଆବାହକ ଭାବେ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରିତ କରିବା ସହ ସଭା କାର‌୍ୟ୍ୟ ସୁପରିଚାଳନା କରିଥିଲେ।
ବିଭାଗୀୟ ଛାତ୍ରଛାତ୍ରୀମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ମନ୍ତ୍ର ଉଚ୍ଚାରଣ କରିବା ସହ ଗଙ୍ଗାଧର ମେହେରଙ୍କ ‘ବିଶ୍ବ ଦେଖ ମଧୁମୟରେ ଜୀବନ’ ସଙ୍ଗୀତ ଗାନ କରି ସଭାର ସୌନ୍ଦର୍ଯ୍ୟ ବୃଦ୍ଧି କରିଥିଲେ।
ବିଶ୍ବବିଦ୍ୟାଳୟ କୁଳପତି ସଭାପତିତ୍ବ ଅଭିଭାଷଣରେ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ତଥା ଜୀବନ ଦର୍ଶନର ଗଭୀର ଭାବମର୍ମକୁ ଅତି ସୁନ୍ଦର ରୂପେ ଆଲୋକପାତ କରିବା ସହିତ ସାହିତ୍ୟକୁ ନେଇ ମଣିଷ ସମ୍ପର୍କର ମୂଲ୍ୟବୋଧକୁ ଅତି ନିଖୁଣ ଭାବେ ଦର୍ଶାଇଥିଲେ ।
ସମ୍ମାନିତ ଅତିଥି ଡ଼ ଗୋବର୍ଦ୍ଧନ ନାୟକ କବି ମେହେରଙ୍କ ସିଦ୍ଧାନ୍ତମୂଳକ ସୂକ୍ଷ୍ମ ଚେତନା ସାହିତ୍ୟରେ କିପରି ପ୍ରତିଫଳିତ ହୋଇଛି ତାହା ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ ।
ମୁଖ୍ୟବକ୍ତା ଡ଼ ସଞ୍ଜୟ କୁମାର ମିଶ୍ର ସ୍ୱଭାବ କବିଙ୍କ ମାଟି,ଭାଷା ଓ ଓଡ଼ିଆ ଜାତିର ଅସ୍ମିତା ପ୍ରତି ଥିବା ମମତ୍ଵକୁ ପ୍ରତିପାଦନ କରିଥଲେ ।
ସଭା ଶେଷରେ ବିଭାଗର ଅତିଥି ଅଧ୍ୟାପକ ଡ଼ ରୋହିତ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଭାରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ ପ୍ରତାପ କୁମାର ଦାଶ,ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅତିଥି ଅଧ୍ୟାପକ ଅବକାଶ ପଟେଲ,ହରି ସୁନା, ଅଧ୍ୟାପିକା ସୁନୟନା ବେହେରା,ମମତା ପୋଢ,ସସ୍ମିତା ପାତ୍ର ସମେତ ବିଭାଗୀୟ ଗବେଷକ,ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031