Indus Valley Times

ରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ସୃଷ୍ଟି ହେବ ୪ ହଜାର ୧୯୫ ନିଯୁକ୍ତି

 Breaking News

ରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ସୃଷ୍ଟି ହେବ ୪ ହଜାର ୧୯୫ ନିଯୁକ୍ତି

ରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ସୃଷ୍ଟି ହେବ ୪ ହଜାର ୧୯୫ ନିଯୁକ୍ତି
July 16
22:24 2025

ଭୁବନେଶ୍ୱର,୧୬/୭: ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୧ଟି ବିଭାଗର ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ସୂଚନା ପ୍ରଦାନ କରିଛନ୍ତି।
ମଞ୍ଜୁର ହୋଇଥିବା ପ୍ରସ୍ତାବ ମଧ୍ୟରେ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ଏକ ନୂତନ ପୋଲିସ ଜିଲା ଖୋଲିବା ନିଷ୍ପତ୍ତି ଅନ୍ୟତମ। ଏହା ସହିତ ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ (ଋଜଝଝ) ପାଇଁ ମଞ୍ଜୁରୀ ମିଳିଛି, ଯାହା ଅଧୀନରେ ୪,୧୯୫ଟି ନୂତନ ପୋଷ୍ଟ ସୃଷ୍ଟି ହେବ। ଏହି ସିଷ୍ଟମ ଜରୁରୀ ସେବାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ମାସିକ ହଷ୍ଟେଲ ଫି’ ୨,୦୦୦ ଟଙ୍କା ଛାଡ଼ କରାଯାଇଛି। ଏହା ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ବୋଝକୁ ହ୍ରାସ କରିବ।
ଏହା ସହିତ, ‘ସମୃଦ୍ଧ ସହର ଯୋଜନା’କୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ଏହି ଯୋଜନା ପାଇଁ ୪,୮୭୯.୩୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟ ସରକାର ଆଶାବାଦୀ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏହି ନିଷ୍ପତ୍ତିଗୁଡ଼ିକ ରାଜ୍ୟର ସୁରକ୍ଷା, ଶିକ୍ଷା ଓ ନଗର ବିକାଶକୁ ଅଧିକ ସୁଦୃଢ଼ କରିବ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31