Indus Valley Times

ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଯୋଗୁଁ ମାଣ୍ଡିପଙ୍କାରେ ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଇ ୨ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଓ ୬ଜଣ ଆକ୍ରାନ୍ତ ହେବା ଘଟଣାର ପ୍ରତିବାଦରେ ଗଣଧାରଣା

 Breaking News

ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଯୋଗୁଁ ମାଣ୍ଡିପଙ୍କାରେ ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଇ ୨ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଓ ୬ଜଣ ଆକ୍ରାନ୍ତ ହେବା ଘଟଣାର ପ୍ରତିବାଦରେ ଗଣଧାରଣା

November 14
21:20 2024

ସୁଧାଂଶୁ ସିଂଙ୍କ ରିପୋର୍ଟ
କନ୍ଧମାଳ, ୧୪/୧୧ : ଗତ ଅକ୍ଟୋବର ୩୧ ତାରିଖ ଦିନ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣ ମହିଳା ରୁନୁ ମାଝି (ଦିବ୍ୟାଙ୍ଗ) ଓ ରୁମିତା ପାଟ୍ଟମାଝିଙ୍କର ଅକାଳ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଏବେ ଏମ୍‌.କେ.ସି.ଜି. ମେଡିକାଲ୍ କଲେଜ ହସ୍ପିଟାଲ୍‌, ବ୍ରହ୍ମପୁରରେ ଓ ୨ଜଣ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଗତ ତା ୦୩.୧୧.୨୦୨୪ରବିବାର ଦିନ ୩ ବାମପନ୍ଥୀ ଦଳ ସ.ପି.ଆଇ., ସି.ପି.ଆଇ (ଏମ୍‌-ଏଲ୍‌) ଲିବରେସନ୍ ଓ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ନେତୃତ୍ୱ ମାଣ୍ଡିପଙ୍କା ଗାଁକୁ ଯାଇ କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ ଓ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଅନୁସନ୍ଧାନ କରିଥିଲେ । ସରକାରୀ କଳର ଚରମ ଅବହେଳା ଓ ପି.ଡି.ଏସ୍‌. ଚାଉଳ ପ୍ରଦାନରେ ଅନାବଶ୍ୟକ ବିଳମ୍ବ କାରଣରୁ ଏଭଳି ଦୁଃଖଦାୟକ ଘଟଣା ଘଟିଗଲା ।
ଏହି ସତ୍ୟ ଘଟଣାକୁ ଚପାଇ ଦେବାପାଇଁ ରାଜ୍ୟ ସରକାର ଆମ୍ବ ଟାକୁଆ ଜାଉ ଆଦିବାସୀମାନଙ୍କର ପାରମ୍ପରିକ ଖାଦ୍ୟାଭାସ ବୋଲି କହିବା ଏବଂ ପି.ଡ଼ି.ଏସ୍‌. ଚାଉଳ ସେମାନଙ୍କୁ ଯୋଗାଇ ଦିଆଯାଇଛି ବୋଲି ନିଚ୍ଛକ ମିଥ୍ୟା କହିବା ତଥ୍ୟ ଅନୁସନ୍ଧାନରୁ ଏକଥା ସ୍ପଷ୍ଟ ହୋଇଛି ।
ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଆଦିବାସୀମାନଙ୍କ ଦାରିଦ୍ର‌୍ୟମତା ପ୍ରତି ଚରମ ଉପହାସ ବୋଲି ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ।
ଏଭଳି ଦୁର୍ଭାଗ୍ୟଜନକ ଘଟଣାର ପ୍ରତିବାଦରେ ଆଜି ଚାରି ବାମପନ୍ଥୀ ଦଳ ସି.ପି.ଆଇ., ସି.ପି.ଆଇ (ଏମ୍‌), ସି.ପି.ଆଇ (ଏମ୍‌-ଏଲ୍‌) ଲିବରେସନ୍ ଓ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜି ଠାରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି ।
ସିପିଆଇର ଜୟନ୍ତ ଦାସ, ସିପିଆଇ (ଏମ୍‌)ର ବଦ୍ରୀନାରାୟଣ ଦାସ, ସିପିଆଇ (ଏମ୍‌.ଏଲ୍‌)ଲିବରେସନର ଅଶୋକ ପ୍ରଧାନ ଓ ଅଲ୍‌ଇଣ୍ଡିଆ ଫରୱାର୍ଡ଼ ବ୍ଲକର ପୂର୍ଣ୍ଣ ଚନ୍ଦ୍ର ପାଢୀଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଏହି ଧାରଣାରେ ସଭାପତିତ୍ୱ କରିଥିଲେ ।
ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇର ରାଜ୍ୟନେତା ତଥା ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡି, ସିପିଆଇ (ଏମ୍‌) ନେତା ପ୍ରଦୀପ୍ତ ନାୟକ, ସିପିଆଇ (ଏମ୍‌.ଏଲ) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍‌ଇଣ୍ଡିଆ ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏନ୍‌ସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ ବାରିକ, ଆରଜେଡ଼ିର ସାଧାରଣ ସମ୍ପାଦକ ହେମନ୍ତ କୁମାର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ଜାତୀୟ ନେତା ତିରୁପତି ଗମାଙ୍ଗ ପ୍ରମୁଖ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଦୁଃଖଦାୟକ ଘଟଣା ଘଟିଲା ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ସରକାର ଗତ ଚାରିମାସ ଧରି ସେହି ଅଳରେ ବିପିଏଲ୍ ଚାଉଳ ପ୍ରଦାନ ନକରିବା, ସେହି ଅଳରେ ମୋବାଇଲ୍ ନେଟୱର୍କ ନଥିବା ଏବଂ ବ୍ରାହ୍ମଣୀ ଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଚିକିତ୍ସା ସୁବିଧା ନଥିବା କାରଣରୁ ଏଭଳି ଘଟଣା ଘଟିଥିବା ବେଳେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ବା ସଚିବମାନେ ଉକ୍ତ ଅଳକୁ ଯାଇ ଘଟଣାର ସମୀକ୍ଷା କରିବା ପରିର୍ବେ ବିଭିନ୍ନ ଅରୁଚିକର ମନ୍ତବ୍ୟ ଦେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ।
୩ ମାସ ବଦଳରେ ପ୍ରତି ମାସରେ ପି.ଡ଼ି.ଏସ୍‌. ଚାଉଳ ସେମାନଙ୍କୁ ନିଜ ଗାଁରେ ଦିଆଯାଉ, ଫଳରେ ଚାଉଳ ପାଇଁ ସେମାନେ ୯ କିଲୋମିଟର ଦୂର ପାୟତ ଅଫିସ୍ ଯିବାକୁ ପଡ଼ିବ ନାହିଁ କି ଜଣ ପିଛା ୨୦୦ ରୁ ୨୫୦ ଟଙ୍କା ଅଟୋ ଖର୍ଚ୍ଚ କରିବାକୁ ଓ ଗୋଟିଏ ଦିନରେ କାମ ବନ୍ଦ କରିବାକୁ ପଡ଼ିବ ନାହିଁ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ଏହି ତିରୋଟ ୪ ମାସରେ ଜଣ ପିଛା ୫ କି.ଗ୍ରା. ଚାଉଳ ବଦଳରେ ୨୦ କେଜି ଚାଉଳ ସେମାନଙ୍କୁ ଦିଆଯାଉ, ଆଦିବାସୀମାନଙ୍କୁ ବର୍ଷସାରା ୫ କେଜି ଚାଉଳ ବଦଳରେ ୧୫ କେଜି ଚାଉଳ ପ୍ରଦାନ କରାଯାଉ, ଉନ୍ନୟନମୂଳକ କାମ ଜରିଆରେ ଘର ପାଖରେ ଲୋକଙ୍କୁ ବର୍ଷସାରା କାମର ଗ୍ୟାରେି କରି ସେମାନଙ୍କ ହାତକୁ ଟଙ୍କା ଯିବାର ବ୍ୟବସ୍ଥା ସରକାର ଗ୍ରହଣ କରନ୍ତୁ, ବ୍ରାହ୍ମଣୀ ଗାଁ ଡାକ୍ତରଖାନାକୁ ଅପ୍‌ଗ୍ରେଡ୍ କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯିବା, ସେହି ଅଳରେ ବ୍ୟାପକ୍ ନେଟ୍‌ୱାର୍କର ତୁରନ୍ତ ବ୍ୟବସ୍ଥା କରାଯିବା, ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଓ ଆକ୍ରାନ୍ତମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବା, ପ୍ରତି ଆଦିବାସୀ ଗ୍ରାମକୁ ତୁରନ୍ତ ସବୁଦିନିଆ ରାସ୍ତା ଓ ବିଜୁଳି ଆଲୁଅ ଯୋଗାଇ ଦେବାର ବ୍ୟବସ୍ଥା କରିବା, ମୃତକ ରୁମିତା ପାଟ୍ଟମାଝିଙ୍କ ୪ ବର୍ଷର ପୁଅ ଓ ୬ ମାସର ଝିଅକୁ ସରକାର ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା, ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ଅଳ ଗସ୍ତ କରି, ଆଦିବାସୀଙ୍କ ମଧ୍ୟରେ ସିଲିଂ ବର୍ହିଭୂତ ଜମି, ଜଙ୍ଗଲ ଜମି ବନ, ଘରଡିହ ପଟ୍ଟାବନ ଓ ବର୍ଷସାରା କାମର ଗ୍ୟାରେି ସମ୍ପର୍କରେ ଏକ ଶ୍ୱେତପତ୍ର ଆସନ୍ତା ବିଧାନସଭା ଅଧିବେଶନରେ ପ୍ରକାଶ କରିବାକୁ ବକ୍ତାମାନେ ନିଜ ବକ୍ତବ୍ୟରେ ଦାବି କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31