Indus Valley Times

ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍, ସ୍କୁଲ-କଲେଜ-ମନ୍ଦିର ନିକଟରେ ରହିବନି ମଦ ଦୋକାନ : ଅବକାରୀ ମନ୍ତ୍ରୀ

 Breaking News

ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍, ସ୍କୁଲ-କଲେଜ-ମନ୍ଦିର ନିକଟରେ ରହିବନି ମଦ ଦୋକାନ : ଅବକାରୀ ମନ୍ତ୍ରୀ

ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍, ସ୍କୁଲ-କଲେଜ-ମନ୍ଦିର ନିକଟରେ ରହିବନି ମଦ ଦୋକାନ : ଅବକାରୀ ମନ୍ତ୍ରୀ
August 23
17:11 2024

ଭୁବନେଶ୍ୱର,୨୩/୮: ବିଧାନସଭାରେ ଶୁକ୍ରବାର ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ଆଗକୁ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଡ୍ୟାନ୍ସ ବାର୍ ବନ୍ଦ କରାଯିବ। ଗୃହରେ ଅବକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ। ସ୍କୁଲ, କଲେଜ, ମନ୍ଦିର ପାଖରେ ଆଉ ମଦ ଦୋକାନ ରହିବନି। ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ମଦ ଦୋକାନ ଯଥେଷ୍ଟ ଦୂରରେ ରହିବ। ଏହାସହ ଚୋରା ମଦ କାରବାର ନେଟୱର୍କର ମୂଳୋତ୍ପାଟନ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ବିଧାନସଭାରେ ଆଜି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତି ସୁରମା ପାଢୀଙ୍କ ପୋଡିୟମ ଉପରେ ବିଜେଡି ବିଧାୟକ ଚଢିବାକୁ ଉଦ୍ୟମ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930