Indus Valley Times

ରାଷ୍ଟ୍ରୀୟ ପୋଷଣ ମାସ ପାଳିତ : ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା

 Breaking News

ରାଷ୍ଟ୍ରୀୟ ପୋଷଣ ମାସ ପାଳିତ : ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା

October 16
20:46 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୬/୧୦: ରାଷ୍ଟ୍ରୀୟ ପୋଷଣ ମାସ ଅବସରରରେ ବାଲିଗୁଡ଼ା ବ୍ଲକ୍ ର ସମନ୍ୱିତ ଶିଶୁ ବିକାଶ ଅଧିକାରୀ କ୍ରୀଷ୍ଣା ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ ସୁପରଭାଇଜର ମଞ୍ଜୁଲତା ବେହେରା, ସଂଯୁକ୍ତା ବେହେରା ଙ୍କ ନେତୃତ୍ବ ରେ ଖମନଖୋଲ, ବାରଖମା, ବାଟାଗୁଡା, ସୂଡ୍ରା, ବୁଦ୍ର୍ତୃକିଆ, ବାଲିଗୁଡ଼ା, ସେକ୍ଟର ଏବଂ କ.ନୂଆଗାଁ ବ୍ଲକ୍ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ସୋନିଆ ହେମ୍ବ୍ରମ ଙ୍କ ନିର୍ଦ୍ଦେଶ କ୍ରମେ ସୁପର ଭାଇଜର ଅରୁନ୍ଧତି ନାୟକ, ବିଷ୍ଣୁ ପ୍ରିୟା ସାହୁ, ମଧୁମିତା ସେଠୀ, ରିତାଞ୍ଜଳି ପଟ୍ଟନାୟକ, ବିନୋଦ ଦିଗାଲ, ଯୋଗେଶ ବଳିୟାର ସିଂ ଙ୍କ ନେତୃତ୍ବ ରେ କ ନୂଆଗାଁ ବ୍ଲକ୍ ର ଗୁଞ୍ଜିବାଡି, କେଲେମା, କ ନୂଆଗାଁ, ସିର୍ତ୍ତିଗୁଡ଼ା, ମହକ୍ଷସିଙ୍ଗ, ସାରଂଗଡ, ସେକ୍ଟର ରେ ଶିଶୁ ଓ ମାଆ ର ଉପଯୁକ୍ତ ପୋଷଣ ଏବଂ ମେଦବହୁଳତା ରୋଗ ର ନିରାକରଣ ପାଇଁ ତେଲ ଓ ମସଲା ଯୁକ୍ତ ଲବଣ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହି କମ୍ ଚିନି, ଲବଣଯୁକ୍ତ ଖାଦ୍ୟ ଫାଷ୍ଟ ଫୁଡ୍ ଖାଦ୍ୟ ରୁ ନିବୃତ୍ତ ରହି ବାଡି ବଗିଚାର ତଟକା ପନିପରିବା ଶାଗ କ୍ଷୀର ଭଳି ସୁଷମ ଖାଦ୍ୟ ବ୍ୟବହାର ପାଇଁ ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ବ ରେ କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ର କଳକାର ମାନେ ଗୀତ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମ ରେ ନିଖୁଣ ଅଭିନୟ କରି ଜନ ସଚେତନର ବାର୍ତ୍ତା ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ଅଙ୍ଗନୱାଡ଼ି କର୍ମୀ ଆଶା କର୍ମୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ବଡ଼ଗାଁରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ବାଲିଗୁଡା, ୧୬/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍ଏସି -୧ ର କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୫ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବଡ଼ଗାଁ ଠାରେ ଅନୁଷ୍ଠିତ ହୋଇଯାଇଅଛି।
ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବ୍ଲକ ଭାରପ୍ରାପ୍ତ ଏବିଓ ପଦ୍ମ ଲୋଚନ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ପ୍ରଧାନ, ସିଆରସିସି ସୌଦାମିନୀ ସାହୁ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ୧୧ଟି ବିଦ୍ୟାଳୟ ରୁ ୧୫୦ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭାକୁ ପ୍ରତିପାଦନ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ବ୍ଲକ ସ୍ତରୀୟ ନବଭାରତ ସାକ୍ଷରତା କର୍ମଶାଳା
ବାଲିଗୁଡା, ୧୬/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ସ୍ଥିତ ବ୍ଲକ କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ମଲିକ, ବି ଆର ସିସି ଚୈତନ୍ୟ କହଁର ଓ ବ୍ଲକ ନୋଡାଲ ଅଧିକାରୀ ହରିହର ମଲିକ ଙ୍କ ତତ୍ତ୍ୱାବଧାନରେ ବ୍ଲକ ସ୍ତରୀୟ ‘ନବ ଭାରତ ସାକ୍ଷରତା\’ କର୍ମଶାଳା (ଉଲ୍ଲାସ) ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ୧୧ ଟି କ୍ଲଷ୍ଟର ର ସମସ୍ତ ସିଆର ସିସି ସମେତ ୧୨୨ ଜଣ ପ୍ରଶିକ୍ଷାର୍ଥି ଯୋଗ ଦେଇଥିଲେ। ନ୍ୟୁ ଇଣ୍ଡିଆ ଲିଟରସି ର ବ୍ଲକ ସଂଯୋଜକ ସୁଶାନ୍ତ କୁମାର ସାହୁ, ସାଧନ କର୍ମୀ ସୁଜିତ୍ କୁମାର ଦାଶ, ସୁର‌୍ୟ୍ୟକାନ୍ତ ସାହୁ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦେଇଥିଲେ ।
‘ଉଲ୍ଲାସ’କୁ ସଫଳ ରୂପାୟନ ପାଇଁ \’ଜନଜନ ସ୍ବାକ୍ଷର’ କାର୍ଯ୍ୟକ୍ରମରେ ଏହି ବ୍ଲକ ଅନ୍ତର୍ଗତ ୬୦୦୦ ହଜାର ନିରକ୍ଷରଙ୍କୁ ଚିହ୍ନଟ ଲକ୍ଷ୍ୟ ରହିଛି । ଏହି ଅବସରରେ ଉଲ୍ଲାସ ପୋର୍ଟାଲ ଏବଂ ମୋବାଇଲ ଆପ୍ ର ବ୍ୟବହାର ସମ୍ପର୍କିତ ତାଲିମ ଦିଆଯାଇଥିଲା ।
ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031