Legatus

ଲ’ ଅଫିସରଙ୍କ ଫି’ ବଢାଇଲେ ରାଜ୍ୟ ସରକାର, ଦୈନିକ ଓ ରିଟେନର ଫି’ ୫୦ ପ୍ରତିଶତ ବୃଦ୍ଧି

 Breaking News

ଲ’ ଅଫିସରଙ୍କ ଫି’ ବଢାଇଲେ ରାଜ୍ୟ ସରକାର, ଦୈନିକ ଓ ରିଟେନର ଫି’ ୫୦ ପ୍ରତିଶତ ବୃଦ୍ଧି

ଲ’ ଅଫିସରଙ୍କ ଫି’ ବଢାଇଲେ ରାଜ୍ୟ ସରକାର, ଦୈନିକ ଓ ରିଟେନର ଫି’ ୫୦ ପ୍ରତିଶତ ବୃଦ୍ଧି
March 01
12:18 2024

ଭୁବନେଶ୍ୱର,୧/୩: ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ନନ୍ କ୍ୟାଡର ଲ’ ଅଫିସରମାନଙ୍କର ଦୈନିକ ଓ ରିଟେନର ଫି’ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର‌୍ୟ୍ୟରତ ୧୨୧୫ ଜଣ ଲ’ ଅଫିସର ଉପକୃତ ହେବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲ’ ଅଫିସରଙ୍କ ଦରମା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଫି’ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟରମାନେ ଦୈନିକ ଫି’ ବାବଦରେ ୧,୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ। ସେହିଭଳି ରିଟେନର ପୂର୍ବରୁ ୮,୨୦୦ ଟଙ୍କା ପାଉଥିବା ବେଳେ, ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ।
ସେହିଭଳି କାର୍ଯ୍ୟରତ ୭୪୦ ଜଣ ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟରମାନେ ପୂର୍ବରୁ ଦୈନିକ ଫି’ ବାବଦରେ ୧,୧୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୬୫୦ ପାଇବେ। ରିଟେନର ଫି’ ବାବଦରେ ପୂର୍ବରୁ ୪,୦୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୬,୦୦୦ ଟଙ୍କା ପାଇବେ। ୮୫ ଜଣ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟରମାନେ ପୂର୍ବରୁ ଦୈନିକ ୧,୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ।
ରିଟେନର ଫି’ ବାବଦରେ ପୂର୍ବରୁ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ। ସେହିପରି କାର୍ଯ୍ୟରତ ୨୯ ଜଣ ସରକାରୀ ପ୍ଲିଡର ଏବଂ ୧୧୩ ଜଣ ସହକାରୀ ସରକାରୀ ପ୍ଲିଡରଙ୍କ ପୂର୍ବରୁ ରିଟେନର ଫି’ ବାବଦରେ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨,୩୦୦ ପାଇବେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31