Indus Valley Times

ଲକ୍ଷାଧିକ ଟଙ୍କାର ବିଦେଶୀ ମଦ କାରଖାନା ଠାବ, ମଦ ତିଆରି ମେଶିନ ସହ ଜବତ ହେଲା

 Breaking News

ଲକ୍ଷାଧିକ ଟଙ୍କାର ବିଦେଶୀ ମଦ କାରଖାନା ଠାବ, ମଦ ତିଆରି ମେଶିନ ସହ ଜବତ ହେଲା

ଲକ୍ଷାଧିକ ଟଙ୍କାର ବିଦେଶୀ ମଦ କାରଖାନା ଠାବ, ମଦ ତିଆରି ମେଶିନ ସହ ଜବତ ହେଲା
October 26
18:02 2025

ଢେଙ୍କାନାଳ , ୨୬/୧୦ : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ କଟରାପଡ଼ା ଗ୍ରାମରେ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଅବକାରୀ ବିଭାଗ ପକ୍ଷରୁ ଏହି ମଦ ପ୍ରସ୍ତୁତି କାରଖାନାରେ ଚଢ଼ାଉ କରାଯାଇଛି।
ଚଢ଼ାଉ ବେଳେ ପ୍ରସ୍ତୁତ ହୋଇ ରହିଥିବା ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ନକଲି ମଦ, ପ୍ୟାକିଙ୍ଗରେ ବ୍ୟବହୃତ ଷ୍ଟିକର, ମେସିନ, ଖାଲି ବୋତଲ, ସ୍ପିରିଟ ଆଦି ଜବତ କରାଯାଇଛି। ପ୍ରାୟ ୩୦ ଲକ୍ଷ ଟଙ୍କାର ମଦ, ମଦ ତିଆରି ମେଶିନ, ୩୫୦ ଲିଟର ସ୍ପିରିଟ, ବିପୁଳ ବ୍ରାଣ୍ଡେଡ୍ ନକଲି ବିଦେଶୀ ମଦ, କାରମେଲ, ଲେବୁଲ ଷ୍ଟିକର, ଠିପି ସହ ବିଭିନ୍ନ ସାମଗ୍ରୀ ଜବତ କରିଛି ଅବକାରୀ ଟିମ୍‌।
ପରଜଙ୍ଗ, କାମାକ୍ଷାନଗର ଓ ଭୁବନ ଅବକାରୀ ଟିମ୍‌ର ମିଳିତ ଚଢ଼ାଉ କରାଯାଇଥିଲା। ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ କନ୍ଦରସିଂହା ପଞ୍ଚାୟତ ଅନ୍ତର୍ଗତ କଟରାପଡ଼ା ଗାଁର ପଦ୍ମିନୀ ନାଏକ। ପଦ୍ମିନୀଙ୍କ ସ୍ବାମୀ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ତେବେ ଦୀର୍ଘଦିନ ଧରି ଏକ ଘର ଭିତରେ ବ୍ୟାପକ ପରିମାଣର ନକଲି ବିଦେଶୀ ବ୍ରାଣ୍ଡେଡ୍ ମଦ ତିଆରି କରାଯାଉଥିଲା। ଏହି ମଦଗୁଡିକ କେଉଁ ଅଞ୍ଚଳକୁ ଚାଲାଣ କରାଯାଉଥିଲା ତାହା ଅସ୍ପଷ୍ଟ ରହିଛି। ତେବେ ଖୁବ୍‌ଶୀଘ୍ର ମଦ କାରଖାନାର ଗୁମର ଖୋଲିବ ବୋଲି ଅବକାରୀ ସୂତ୍ରରୁ ଖବର ମିଳିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031