Indus Valley Times

ଲକ୍ଷ୍ମୀପୂଜା ବେଳେ ଅଘଟଣ: ଜେନେରେଟର ଗ୍ୟାସ୍‌ରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକ ମୃତ, ୩ ଗୁରୁତର

 Breaking News

ଲକ୍ଷ୍ମୀପୂଜା ବେଳେ ଅଘଟଣ: ଜେନେରେଟର ଗ୍ୟାସ୍‌ରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକ ମୃତ, ୩ ଗୁରୁତର

ଲକ୍ଷ୍ମୀପୂଜା ବେଳେ ଅଘଟଣ: ଜେନେରେଟର ଗ୍ୟାସ୍‌ରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକ ମୃତ, ୩ ଗୁରୁତର
October 28
14:17 2026

କେନ୍ଦୁଝର, ୨୮/୧୦ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ରେ ଅଭାବନୀୟ ଘଟଣା। ଜେନେରେଟରରୁ ନିର୍ଗତ ଗ୍ୟାସ୍ରେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ନୟାକୋଟ ଥାନା ଅନ୍ତର୍ଗତ ସୁଡୁଙ୍ଗ ଗାଁରେ ଘଟିଛି।
ଖବର ଅନୁଯାୟୀ, ଗାଁରେ ଲକ୍ଷ୍ମୀପୂଜା ଚାଲିଥିବା ବେଳେ ୫ ଜଣ ଯୁବକ ରାତିରେ ଗୋଟିଏ ଘରେ ଜେନେରେଟର ଚଳାଇ ଶୋଇଥିଲେ। ରାତିରେ ଜେନେରେଟରରୁ ନିର୍ଗତ ଗ୍ୟାସ୍ରେ ସମସ୍ତେ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ସକାଳେ ଘରର କବାଟ ନ ଖୋଲିବାରୁ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ପରେ ସେମାନେ ଘର ଭିତରୁ ୫ ଜଣଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାଲକୁ ନେଇଥିଲେ।
ତେବେ ମେଡିକାଲକୁ ନେବା ବାଟରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଥିବା ଅନ୍ୟ ୩ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ଦୁଇଜଣ ହେଲେ ସୁଡୁଙ୍ଗ ଗାଁର ରାଜେନ୍ଦ୍ର ସାଆନ୍ତ ଓ ନିତୁ ସାଆନ୍ତ। ଗୁରୁତର ତିନିଜଣ ହେଲେ ଜଗନ୍ନାଥ ଗିରି, ପ୍ରଶାନ୍ତ ଦେହୁରୀ ଓ ନିରଦାଶ ଦେହୁରୀ। ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031