Indus Valley Times

ଲାଞ୍ଚ ଟଙ୍କା ଫୋପାଡ଼ି ଖସି ପଳାଉଥିଲେ ତହସିଲଦାର, ଭିଜିଲାନ୍ସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାକୁ କରିଥିଲେ ଉଦ୍ୟମ

 Breaking News

ଲାଞ୍ଚ ଟଙ୍କା ଫୋପାଡ଼ି ଖସି ପଳାଉଥିଲେ ତହସିଲଦାର, ଭିଜିଲାନ୍ସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାକୁ କରିଥିଲେ ଉଦ୍ୟମ

ଲାଞ୍ଚ ଟଙ୍କା ଫୋପାଡ଼ି ଖସି ପଳାଉଥିଲେ ତହସିଲଦାର, ଭିଜିଲାନ୍ସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାକୁ କରିଥିଲେ ଉଦ୍ୟମ
July 05
21:25 2024

ରାୟଗଡ଼ା,୫/୭ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ। କୌଣସି ଏକ ମାମଲାରେ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରି ତାଙ୍କ ସରକାରୀ ଗାଡିରେ ରାୟଗଡାରେ ଅନୁଷ୍ଠିତ ହେବାକୁ ଥିବା ରାଜସ୍ବ ବୈଠକରେ ଯୋଗ ଦେବା ପାଇଁ ଆସୁଥିଲେ।
ପୂର୍ବରୁ କୌଣସି ସୂତ୍ରରେ ଖବର ପାଇ ରାୟଗଡା ଭିଜିଲାନ୍ସ ଟିମ୍ ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରାଙ୍କ ନେତୃତ୍ବରେ ଡାଙ୍ଗସୋରଡା ନିକଟରେ ଅପେକ୍ଷା କରିଥିଲେ।
ଭିଜିଲାନ୍ସ ଟିମ ତହସିଲଦାରଙ୍କ ଗାଡି ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଭିଜିଲାନ୍ସ ଟିମ ଉପରକୁ ଗାଡ଼ି ଚଢ଼ାଇଦେବାକୁ ଉଦ୍ୟମ କରିଥିବା ବେଳେ କୌଣସି ମତେ ବର୍ତ୍ତି ଯାଇଥବା ଭିଜିଲାନ୍ସ ଇନ୍ସପେକ୍ଟର ପ୍ରକାଶ କରିଛନ୍ତି।
ଭିଜିଲାନ୍ସ ଟିମ ଚନ୍ଦ୍ରପୁର ତହସିଲଦାରଙ୍କ ଗାଡ଼ିକୁ ଗୋଡାଇବା ସମୟରେ ତହସିଲଦାର ୧ ଲକ୍ଷ ୧୫ ହଜାର ଟଙ୍କାକୁ ଡାଙ୍ଗସୋରଡା ନିକଟରେ ରାସ୍ତାରେ ଫୋପାଡି ଦେଇ ରାୟଗଡା ଜିଲ୍ଳାପାଳଙ୍କ କାର‌୍ୟ୍ୟାଳୟରେ ଅନୁଷ୍ଠିତ ହେଉଥିବା ରାଜସ୍ବ ବୈଠକରେ ଯୋଗ ଦେଇଥିଲେ।
ଭିଜିଲାନ୍ସ ଟିମ ଫୋପାଡି ଥିବା ଟଙ୍କାକୁ ଜବତ କରି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟକୁ ଆସିଥିଲେ। ବୈଠକ ଚାଲୁଥିବାରୁ ଭିଜିଲାନ୍ସ ବିଭାଗ ତହସିଲଦାରଙ୍କୁ ଧରିବା ପାଇଁ ବାହାରେ ଅପେକ୍ଷା କରିଥିଲା। ଏହି ସଂପର୍କରେ କୌଣସି ମତେ ଖବର ପାଇ ତହସିଲଦାର ବୈଠକ ସରିଲା ପରେ ବାହାରକୁ ଆସିନଥିଲେ।
ବାହାରକୁ ନ ଆସିବା ଦେଖି ଭିଜିଲାନ୍ସ ଟିମ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ମଧ୍ୟରେ ପ୍ରବେଶ କରି, ଭିଜିଲାନ୍ସ ଭୟରେ ଲୁଚିଥିବା ତହସିଲଦାରଙ୍କୁ ଶୌଚାଳୟ ମଧ୍ୟରୁ ଧରିଥିଲା ଏହାପରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଗିରଫ କରି ଭିଜିଲାନ୍ସ ଡିଏସପି କାର‌୍ୟ୍ୟାଳୟ ଆଣିଥିଲେ। ତଦନ୍ତ ପରେ ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା ପ୍ରକାଶ କରିଛନ୍ତି। ଏହି ଘଟଣାରେ ଅଧିକା ତଦନ୍ତ ଚାଲୁଥିବା ଭିଜିଲାନ୍ସ ବିଭାଗ ପ୍ରକାଶ କରିଛି

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031