Indus Valley Times

‘ଲୋକଙ୍କୁ ୨୪ ଘଣ୍ଟିଆ ପରିଷ୍କାର ଏବଂ ସୁଲଭ ବିଜୁଳି ଯୋଗାଇବୁ, ବିଜୁଳି ବିଲ୍ ହ୍ରାସ କରିବୁ’

 Breaking News

‘ଲୋକଙ୍କୁ ୨୪ ଘଣ୍ଟିଆ ପରିଷ୍କାର ଏବଂ ସୁଲଭ ବିଜୁଳି ଯୋଗାଇବୁ, ବିଜୁଳି ବିଲ୍ ହ୍ରାସ କରିବୁ’

‘ଲୋକଙ୍କୁ ୨୪ ଘଣ୍ଟିଆ ପରିଷ୍କାର ଏବଂ ସୁଲଭ ବିଜୁଳି ଯୋଗାଇବୁ, ବିଜୁଳି ବିଲ୍ ହ୍ରାସ କରିବୁ’
July 08
19:47 2026

ଭୁବନେଶ୍ୱର,୮/୭ : ରାଜ୍ୟରେ ଶକ୍ତିକ୍ଷେତ୍ର ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ଅବାସ ଯୋଜନାର ପ୍ରଦତ୍ତ ଘର ସହ ପ୍ରଧାମନ୍ତ୍ରୀ ସୂର୍ଯ୍ୟଘର ଯୋଜନାକୁ ସମନ୍ବିତ କରାଯିବ। ଏହାଦ୍ବାରା ଘରର ବିଦ୍ୟୁତ୍ ବ୍ୟବହାର ଉପରେ ନିର୍ଭରତା ହ୍ରାସ ପାଇବ।
ଆଜିର ଏହି ବୈଠକରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବୈଠକର ଅଧ୍ୟକ୍ଷତା କରିଥିଲେ। ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯକାରିତା ଉପରେ ଦୀର୍ଘ ଆଲୋଚନା ହୋଇଥିଲା। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଓ ୟୁଟିଲିଟି ଲେଡ୍ ଆଗ୍ରିଗେସନ ମଡେଲ୍ ର କାର୍ଯ୍ୟାନ୍ୱୟନର ମଧ୍ୟ ସମୀକ୍ଷା କରାଯାଇଥିଲା।
ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗ, ବିଶାଳ କୁମାର ଦେବ ଓପିଟିସିଏଲ୍ ର ସିଏମ୍‌ଡି ଭାସ୍କର ଜ୍ୟୋତି ଶର୍ମା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଏସ୍ ଏନ୍ ଗିରୀଶ ଙ୍କ ସମେତ ଶକ୍ତି ବିଭାଗ ଓ ବିଦ୍ୟୁତ ବିତରଣ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ନବୀକରଣୀୟ ଶକ୍ତି ଏବଂ ସୁଲଭ ଗୃହ ନିର୍ମାଣ ଉପରେ ଗୁରୁତ୍ୱ ଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ କହିଛନ୍ତି, ପିଏମ୍-ସୂର୍ଯ୍ୟଘର ଯୋଜନାକୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଯଥା ପିଏମ-ଆବାସ ଯୋଜନା ସହ ସଂଯୋଜନ କରାଯିବ। ଏହା ସେମାନଙ୍କ ଇଚ୍ଛାଧୀନ ରହିବ।
ଆମର ଲକ୍ଷ୍ୟ ହେଉଛି ପିଏମ୍ ଆବାସ ଏବଂ ଅନ୍ୟାନ୍ୟ ଗୃହ ଯୋଜନାର ପ୍ରତ୍ୟେକ ହିତାଧିକାରୀ ମଧ୍ୟ ସୌର ଶକ୍ତିର ସୁବିଧା ପାଇପାରନ୍ତୁ। ରାଜ୍ୟ ଗୃହ ଯୋଜନା ସହ ପିଏମ୍-ସୂର୍ଯ୍ୟଘରକୁ ସଂଯୋଜନ କରି ଆମେ ଲୋକଙ୍କୁ ୨୪ ଘଣ୍ଟିଆ ପରିଷ୍କାର ଏବଂ ସୁଲଭ ବିଜୁଳି ଯୋଗାଇ ଦେବା ସହ ସେମାନଙ୍କ ବିଜୁଳି ବିଲ୍ ମଧ୍ୟ ହ୍ରାସ କରିବ।
ଏହି ଯୋଜନା ଅଧୀନରେ ସହରାଞ୍ଚଳରେ ୧ କିଲୋ ୱାଟ ବିଶିଷ୍ଟ ଛାତ ଉପର ସୌର ଶକ୍ତି ପ୍ୟାନେଲ ସ୍ଥାପନ ପାଇଁ କେନ୍ଦ୍ରରୁ ₹୩୦୦୦୦ ଟଙ୍କା ଏବଂ ରାଜ୍ୟରୁ ₹୨୫୦୦୦ ଟଙ୍କା ସବସିଡି ସହାୟତା ଦିଆଯାଉଛି। ହିତାଧିକାରୀଙ୍କୁ ମାତ୍ର ₹୧୮୭୫ ଟଙ୍କା ବ୍ୟୟରେ ଏହି ସୁବିଧା ମିଳିବ।
PM Surya Ghar : ଅନ୍ଧାରରେ ‘ପିଏମ୍ ସୂର୍ଯ୍ୟଘର’: ଯୋଜନା ସମ୍ପର୍କରେ ଲୋକେ ଅଜଣା, ଅଢ଼େଇ ବର୍ଷରେ ୪୭୭୨ ଉପକୃତ
ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଜନ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଡିସ୍କମ୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଓଡ଼ିଶାର ସମସ୍ତ ୪ଟି ବିଦ୍ୟୁତ ବିତରଣ କମ୍ପାନୀ ଅଧୀନରେ ₹୩୭୦୮ କୋଟି ବ୍ୟୟରେ ଭୂତଳ କେବୁଲ ତାର ବିଛାଯିବ। ଏହା ଦ୍ୱାରା ବାତ୍ୟା କିମ୍ବା କାଳବୈଶାଖୀ ସମୟରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବ ନାହିଁ। ଓଡ଼ିଶା ବିଦ୍ୟୁତ ବିତରଣ କମ୍ପାନୀ ପାଇଁ ଏକ ସମଗ୍ର ସୁରକ୍ଷା ଡିପିଆର ପ୍ରସ୍ତୁତ କରାଯାଉଛି।
ବିପଜ୍ଜନକ ଖୋଲା, ତଳକୁ ଝୁଲୁଥିବା ତାର ସ୍ଥାନାନ୍ତର, ଖାଲି କଣ୍ଡକ୍ଟର ସ୍ଥାନରେ ଇନସୁଲେଟେଡ୍ କଣ୍ଡକ୍ଟର(ଆବରଣ ଥିବା), ବିତରଣ ସବଷ୍ଟେସନ୍ ରେ ଫେନ୍ସିଂ(ତାର ଜାଲି) ସ୍ଥାପନ, ପାୱାର ସବଷ୍ଟେସନ ବାଉଣ୍ଡ୍ରି ଓ୍ୱାଲ୍ ଏବଂ ସୁରକ୍ଷା ପାଇଁ କ୍ରେଡେଲ୍/ଗାର୍ଡ ତାର ବ୍ୟବସ୍ଥା କରାଯିବ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31