Indus Valley Times

ଶତାୟୁ ସ୍ବାଧିନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତରେ ଗଭୀର ଶୋକ

 Breaking News

ଶତାୟୁ ସ୍ବାଧିନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତରେ ଗଭୀର ଶୋକ

ଶତାୟୁ ସ୍ବାଧିନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତରେ ଗଭୀର ଶୋକ
January 28
10:46 2024

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୮/୧: ଶତାୟୁ ସ୍ବାଧିନତା ସଂଗ୍ରାମୀ ଯାଜପୁର ବାଲିଚନ୍ଦ୍ରପୁର ଅଞ୍ଚଳର ନୀଳମଣି ସାମଲଙ୍କ ପରଲୋକ । ୧୦୧ ବର୍ଷରେ ନୀଳମଣି ସାମଲଙ୍କ ଦେହାନ୍ତ ଘଟିଛି। ନ୍ୟୁରସର୍ଜରୀ ଆଇ ସି ୟୁ ରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ ।ହସ୍ପିଟାଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ସେ ଅଲ୍ ଓଡିଶା ଫ୍ରୀଡମ ଫାଇଟର ସଂଘ ର ସଭାପତି ଥିଲେ । ଦୁଇଥର ରାଷ୍ଟ୍ରପତି ପୁରଷ୍କାର ପାଇଛନ୍ତି ନୀଳମଣି। ସ୍ୱାଧୀନତା ସଂଗ୍ରାମ ବେଳେ ୩ ବର୍ଷ କାରାଦଣ୍ଡ ଭୋଗିଥିଲେ । ତାଙ୍କ ବିୟୋଗରେ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇ,ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଲବନ୍ତରାୟ, ବିଶିଷ୍ଟ ଲେଖକ ଇଂ ତାରାପ୍ରସାଦ ମିଶ୍ର, ଲେଖିକା ରଚିତା ମିଶ୍ର,ସମାଜସେବୀ ମୋହନ ମହାରଣା ସମେତ ଜିଲା ର ବିଭିନ୍ନ ମହଲରୁ ଗଭୀର ଶୋକ ବ୍ୟକ୍ତ କରାଯାଉଚି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30