Indus Valley Times

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ: ପିପିଟିର ମେକାନିକାଲ ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ ଗିରଫ

 Breaking News

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ: ପିପିଟିର ମେକାନିକାଲ ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ ଗିରଫ

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ: ପିପିଟିର ମେକାନିକାଲ ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ ଗିରଫ
August 05
17:40 2022

ଭୁବନେଶ୍ୱର,୫/୮: ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେବା ମାମଲାରେ ଶିଳ୍ପପତି ମହିମା ମିଶ୍ର ଓ ପୁଅ ଚନ୍ଦନ ମିଶ୍ରଙ୍କୁ ଗତକାଲି ସିବିଆଇ ଘଣ୍ଟା ଘଣ୍ଟା କାଳ ଜେରା କରିଥିବା ବେଳେ ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ମହିମା ମିଶ୍ର। ଭୁବନେଶ୍ୱରସ୍ଥିତ ସିବିଆାଇ ଅଫିସରେ ସେ ଆଜି ହାଜର ହୋଇଛନ୍ତି। ଏହାବାଦ ଏହି ଘଟଣାରେ ସିବିଆଇ ୪ ଜଣଙ୍କୁ ଗିରଫ କରିଛି।
ଗିରଫ ୪ ଜଣ ହେଲେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ , ଠିକାଦାର ସୁମନ୍ତ ରାଉତ, କେସିଟି ଗ୍ରୁପ ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର ଓ OSL  ଅପରେସନ ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁ । ଗିରଫ ୪ ଜଣଙ୍କୁ ମେଡିକାଲ ଯାଞ୍ଚ ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି।
ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହିମା ମିଶ୍ର କହିଛନ୍ତି, ସିବିଆଇ ମୋତେ ନୋଟିସ କରିଥିଲା, ତେଣୁ ଆସିଛି। ତେବେ କାହିଁକି ଡାକିଛି ମୁଁ ଜାଣିନି।
ଆଇନ ଉପରେ ଶତ ପ୍ରତିଶତ ଭରସା ଅଛି ବୋଲି ମଧ୍ୟ କହିଛନ୍ତି ମହିମା ମିଶ୍ର। ମହିମା ମିଶ୍ରଙ୍କୁ ଆଜି ସିବିଆଇ କାର୍ଯ୍ୟାଳୟରେ ପଚରାଉଚରା କରାଯାଉଥିବା ବେଳେ ତାଙ୍କ ପୁଅ ଚନ୍ଦନ ମିଶ୍ର ମଧ୍ୟ ସକାଳେ ଏହି କାର୍ଯ୍ୟାଳୟରେ ପହଞ୍ଚିଥିଲେ ବୋଲି ସୂଚନା ମିଳୁଛି। ଏହାପରେ ତାଙ୍କୁ ସିବିଆଇର ଏକ ଟିମ୍ ବାହାରକୁ ନେଇ କୌଣସି ଘଟଣାର ଖୋଳତାଡ଼ କରାଯାଉଥିବା ଜଣାପଡ଼ିଛି।
ଗତକାଲି ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସିବିଆଇ ଟିମ୍ ପଚରାଉଚରା କରିଥିଲା। ମହିମାଙ୍କୁ ଗତକାଲି ପାରାଦୀପ ବନ୍ଦର ଗେଷ୍ଟ ହାଉସ୍ରେ ୬ ଘଣ୍ଟା ଧରି ଜେରା ହୋଇଥିଲା।
ସେହିପରି ଭୁବନେଶ୍ୱର ସିବିଆଇ ଅଫିସ୍ରେ ସାଢ଼େ ତିନି ଘଣ୍ଟାରୁ ଅଧିକ ସମୟ ଧରି ଚନ୍ଦନଙ୍କୁ ପଚରାଉଚରା କରିଥିଲା ସିବିଆଇ। ୨୫ ଲକ୍ଷ ଟଙ୍କା ଲିଙ୍କକୁ ନେଇ ଉଭୟଙ୍କୁ ଜେରା ହୋଇଥିବା ଅନୁମାନ କରାଯାଉଛିା
ଗତକାଲି ସକାଳୁ ସିବିଆଇ ଟିମ୍ ମହିମାଙ୍କ କଟକସ୍ଥିତ ଘର, ଅଫିସ୍ ଓ ପାରାଦୀପ ଅଫିସ୍ରେ ରେଡ୍ କରିଥିଲା। ତା’ସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିଅର ସରୋଜ ଦାସ ଏବଂ OSL  ର ଠିକାଦାର ସୁମନ୍ତ ରାଉତଙ୍କୁ ବି ପାରାଦୀପରୁ ଉଠାଇ ନେଇ ପଚରାଉଚରା କରିଥିଲା ସିବିଆଇ।
କୋଲ୍ ମାଇନିଂ କମ୍ପାନି KCTସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିଅର ସରୋଜ ଦାସଙ୍କ ବିବାଦ ଥିଲା। ଏହାକୁ ସମାଧାନ କରିବାକୁ KCTର କୋଲ୍ ହାଣ୍ଡଲିଂ ଏଜେଣ୍ଟ KCTସରୋଜଙ୍କୁ ୨୫ ଲକ୍ଷ ଟଙ୍କା ଦେଇଥିବା ଚର୍ଚ୍ଚା ହେଉଛି। OSL  ଠିକାଦାର ସୁମନ୍ତ ରାଉତଙ୍କ ଜରିଆରେ ଏହି ଲାଞ୍ଚ ଟଙ୍କା ଦିଆଯାଇଥିବା କୁହାଯାଉଛି।
ଏନେଇ ସିବିଆଇ ପକ୍ଷରୁ ଦିଲ୍ଲୀରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ନେଇ ସିବିଆଇ, ଓଏସ୍ଏଲ୍, KCTକିମ୍ବା ସରୋଜ ଦାସ କାହାର ବି ପ୍ରତିକ୍ରିୟା ମିଳିପାରିନି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031