Indus Valley Times

ସଦର କଲ୍ୟାଣ ମଣ୍ଡପ ଠାରେ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

 Breaking News

ସଦର କଲ୍ୟାଣ ମଣ୍ଡପ ଠାରେ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ସଦର କଲ୍ୟାଣ ମଣ୍ଡପ ଠାରେ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
July 05
13:14 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୭: ଗୁରୁବାର ଦିନ ୧୦.୩୦ ଘଣ୍ଟା ସମୟରେ ବୌଦ୍ଧ କଲ୍ୟାଣ ମଣ୍ଡପ ଠାରେ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଓଡିଆ,ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।
ଜିଲ୍ଲା ସଂସ୍କୃତି ଅଧିକାରୀ ବବିତା ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ବ୍ଲକ୍ ଓ ଏ.ନ.ଏସି ସ୍ତରରୁ କୃତକାର୍ଯ୍ୟ ହୋଇ ଆସିଥିବା ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।
ବରିଷ୍ଠ ଓ କନିଷ୍ଠ ବର୍ଗରେ ଓଡିଆ, ଭାଷା, ସାହିତ୍ୟ ସମ୍ପର୍କୀତ ସାଧାରଣ ଜ୍ଞାନ ଓ ଇଂରାଜୀରୁ ଓଡିଆ ଅନୁବାଦ, କବିତା ଆବୃତ୍ତି , ବତ୍କ୍ତୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ଜିଲ୍ଲା ସ୍ତରରୁ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ରାଜ୍ୟ ସ୍ତରକୁ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି ।
ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବର୍ଗର ଛାତ୍ର ଛାତ୍ରୀ ତା. ୧୪.୦୭.୨୪ ଏବଂ ବରିଷ୍ଠ ବର୍ଗର ଛାତ୍ର ଛାତ୍ରୀ ତା ୧୭.୦୭.୨୪ ରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।
କନିଷ୍ଠ ବର୍ଗ ବକ୍ତୃତାରେ ସୁନନ୍ଦା ପାଢ଼ୀ, ପ୍ରବନ୍ଧରେ ସୁନନ୍ଦା ପ୍ରଧାନ, କବିତା ଆବୃତ୍ତିରେ ସେଲିନା ପ୍ରିୟଦର୍ଶିନୀ ସେଠୀ, ସାଧାରଣ ଜ୍ଞାନରେ ଆୟୁଷ୍ମାନ ନାୟକ ଏବଂ ବରିଷ୍ଠ ବର୍ଗରେ ନେନସି ମହାକୁଡ଼, ପ୍ରବନ୍ଧରେ ଅନନ୍ୟା ସାହୁ, କବିତା ଆବୃତ୍ତିରେ ଆର‌୍ୟ୍ୟ ନାରାୟଣ ଦେବ, ସାଧାରଣ ଜ୍ଞାନ ରେ ଅରୁଣ କୁମାର ମିଶ୍ର ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ମନୋନୀତ ହୋଇଛନ୍ତି କ୍ଷ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ବିଚାରକ ଭାବେ ଡ଼ଃ ଇଂ ସଞ୍ଜୟ କୁମାର ପଣ୍ଡା, ରମେଶ ପ୍ରସାଦ ମେହେର, ନୀଳଲୋହିତ ମହାପାତ୍ର, ବସନ୍ତ କୁମାର ସାହୁ, ଆନନ୍ଦ କୁମାର ବେହେରା, ନବକିଶୋର ଦୀପ, ଦୁଃଖିଶ୍ୟାମ ବେହେରା, ସୁଶାନ୍ତ କୁମାର ମହାପାତ୍ର, ସନ୍ତୋଷ କୁମାର କର୍ଣ୍ଣ, ଶାନ୍ତନୁ ପାଣିଗ୍ରାହୀ, ପଦ୍ମାଳୟା ମିଶ୍ର, ମଧୁମିତା ମିଶ୍ର ଯୋଗ ଦେଇ ବିଚାରକ କାର‌୍ୟ୍ୟ ତୁଲାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ,କର୍ମଚାରୀ ଅକ୍ଷୟ କୁମାର ମହାକୁଡ଼, ଶୁଭ୍ରଜିତ ଦାନୀ, ଜିତେନ୍ଦ୍ର କୁମାର ମହାନ୍ତି ଓ ବୀରକିଶୋର କର୍ମୀ ସହଯୋଗ କରିଥିଲେ କ୍ଷ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031