Indus Valley Times

ସମାନ ଦିନରେ ନୀରବି ଗଲା ଦୁଇ ସ୍ଵର, ଖୋକା ଭାଇଙ୍କ ସହ ମିଶିଗଲା ହ୍ୟୁମାନଙ୍କ ମରଣ ତାରିଖ

 Breaking News

ସମାନ ଦିନରେ ନୀରବି ଗଲା ଦୁଇ ସ୍ଵର, ଖୋକା ଭାଇଙ୍କ ସହ ମିଶିଗଲା ହ୍ୟୁମାନଙ୍କ ମରଣ ତାରିଖ

ସମାନ ଦିନରେ ନୀରବି ଗଲା ଦୁଇ ସ୍ଵର, ଖୋକା ଭାଇଙ୍କ ସହ ମିଶିଗଲା ହ୍ୟୁମାନଙ୍କ ମରଣ ତାରିଖ
November 18
10:58 2025

ଭୁୁବନେଶ୍ୱର,୧୮/୧୧ : ଅଫେରା ରାଇଜକୁ ଚାଲିଗଲେ ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଆଉ ନିରବି ଯାଇଛି ପ୍ରତିଟି ଯୁବ ପିଢିର ହୃଦୟରେ ସ୍ୱତନ୍ତ୍ର ହାସଲ କରିଥିବା ହ୍ୟୁମାନଙ୍କ ସୁମଧୁର ସ୍ୱର । ଜୀବନ ମରଣ ସହ ସଂଘର୍ଷ କରିବା ପରେ ଶେଷରେ ସୋମବାର ରାତି ପ୍ରାୟ ୯ଟା ୮ ମିନିଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ତାଙ୍କ ବିୟୋଗରେ ପୂରା ରାଜ୍ୟରେ ଶୋକର ଲହରି ଖେଳି ଯାଇଛି । ହ୍ୟୁମାନଙ୍କ ଦେହାନ୍ତକୁ ନେଇ ବିବାଦ ମୁଣ୍ଡ ଟେକିଛି । ତାଙ୍କ ମାଆ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଦେହ ଖରାପ ସତ୍ତ୍ୱେ ମୋ ପୁଅକୁ ବ୍ୟବହାର କରାଯାଉଥିବା କହିଛନ୍ତି ।
ସେ କହିଛନ୍ତି, ଦେହ ଖରାପ ବେଳେ ବି ପୁଅକୁ ଷ୍ଟେଜ ସୋ କରାଉଥିଲେ । ମୋ ପୁଅକୁ ମିଶି କି ମାରି ଦିଆଯାଇଛି । ମୋ ପୁଅର ମୃତ୍ୟୁ ପଛର ଦୋଷୀକୁ ଶୀଘ୍ର ଧରାଯାଉ । ସିଧାସଳଖ ମ୍ୟାନେଜର ଓ ଆୟୋଜକଙ୍କୁ ଦୋଷ ଦେଇଛନ୍ତି ହ୍ୟୁମାନଙ୍କ ମାଆ । ଡାକ୍ତରମାନେ ସବୁ ପ୍ରକାରର ସାହାର୍ଯ୍ୟକରିଥିଲେ । ପୁଅର ଚିକିତ୍ସା ପାଇଁ ଭିକ ମାଗି ନ ଥିଲି ବୋଲି ତାଙ୍କ ମାଆ କହିଛନ୍ତି ।
ହ୍ୟୁମାନଙ୍କ ମାଉସୀ ମଧ୍ୟ ମ୍ୟାନେଜରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଦେହ ଖରାପ ଥିବା ସମୟରେ ଦିନେ ଶୋ ପାଇଁ କଟକରୁ ଧରିକି ଗଲେ ରାଉରକେଲା । ପୁଣି ସେହି ଦିନ ଆନ୍ଧ୍ର ସୀମାକୁ ନେଇକି ଯାଇଥିଲେ । ଅସୁସ୍ଥ ଲୋକଟି ଏତେ ବାଟ ଯାତ୍ରା କଲେ ତାର ଅବସ୍ଥା କଣ ହେବ । ଏପରିକି ଏହି ସବୁ ଲୋକେ ଶୋ ପାଇଁ ହ୍ୟୁମାନଙ୍କ ଚିକିତ୍ସା କରାଇବାକୁ ଦେଉ ନ ଥିଲେ । ଯେଉଁ ଦିନ ଆମେ ମେଡିକାଲରେ ଭର୍ତ୍ତି କଲୁ, ସେ ଦିନ ବି ସୋ ପାଇଁ ଯିବାକୁ କହୁଥିଲେ ବୋଲି ମାଉସୀ କହିଛନ୍ତି ।
ସୂଚନାଯୋଗ୍ୟ, ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୪ ତାରିଖ ସୋମବାର ଦିନ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏମ୍ସର ଆଇସିୟୁରେ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ । ଲିଭର୍ ଓ କିଡ଼ନିରେ ସମସ୍ୟା ଥିଲା । ତାଙ୍କ ଶରୀର ଅନେକ ଅଙ୍ଗ ଅକାମୀ ହୋଇଯାଇଥିଲା ।
ଶ୍ୱାସକ୍ରିୟା ଅସୁବିଧା ସମ୍ମୁଖୀନ ହେବା ସହିତ ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ଭଳି ରୋଗରେ ପୀଡ଼ିତ ଥିଲେ । ଡାକ୍ତର ତାଙ୍କୁ ୭୨ ଘଣ୍ଟା ସମୟ ଦେଇଥିଲେ । ପରିବାର ଲୋକେ ତାଙ୍କ ଏୟାରଲିଫ୍ଟ କରିବାକୁ ସରକାରଙ୍କୁ ସାହାଯ୍ୟ ମାଗିଥିଲେ ।
ମାତ୍ର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିଥିବାରୁ ଡାକ୍ତର ଏୟାରଲିଫ୍ଟ ପାଇଁ ଅନୁମତି ଦେଇ ନ ଥିଲେ । ଶେଷରେ ସମସ୍ତଙ୍କୁ ଶୋକ ସାଗରେ ଭସାଇ ଦେଇ ଚାଲିଯାଇଛନ୍ତି ହ୍ୟୁମାନ ସାଗର ।
୧୯୯୦, ନଭେମ୍ବର ୨୫ ତାରିଖରେ ହ୍ୟୁମାନ୍ ସାଗର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଜନ୍ମ ଗ୍ରହଣ କରିଥିଲେ । ଯୁବପୀଢ଼ିଙ୍କ ହୃଦୟରେ ହ୍ୟୁମାନ୍ ଏକ ସ୍ୱତନ୍ତ୍ର ଘର ତିଆରି କରିଥିଲେ । ୨୦୧୨ ରେ ତରଙ୍ଗ ଟିଭିର ରିଆଲିଟି ଶୋ ‘ଭଏସ୍ ଏଫ୍ ଓଡ଼ିଶା’ରେ ଅଂଶ ଗ୍ରହଣ କରି ହ୍ୟୁମାନ୍ ବିଜୟୀ ହୋଇଥିଲେ ।
ଏହା ପରେ ‘ଇସ୍କ ତୁ ହି ତୁ’ ପ୍ରଥମ ଗୀତରେ କଣ୍ଠଦାନ କରି ସାରା ଓଡ଼ିଶାରେ ଯୁବ ପୀଢ଼ିଙ୍କ ହୃଦୟରେ ରାଜ୍ କରିଥିଲେ । ଏଇଠୁ ଆରମ୍ଭ ହୋଇଥିଲା ତାଙ୍କର ସଙ୍ଗୀତ ଯାତ୍ରା । ଏହା ପରେ ସେ ଚଳଚ୍ଚିତ୍ର, ଓଡ଼ିଆ ଆଲବମ୍ ଓ ସମ୍ବଲପୁରୀରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ୱ ଗୀତରେ କଣ୍ଠଦାନ କରିଛନ୍ତି । ସେ ବିବାହିତ ହୋଇଥିବାବେଳେ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930