Indus Valley Times

ସରକାରଙ୍କ ଆଳୁ ମିଶନ ଫେଲ : ଚାଷୀଙ୍କୁ ମିଳୁନି ବିହନ ଆଳୁ, ବିକ୍ରୀ ହେଉଛି ବଜାରରେ

 Breaking News

ସରକାରଙ୍କ ଆଳୁ ମିଶନ ଫେଲ : ଚାଷୀଙ୍କୁ ମିଳୁନି ବିହନ ଆଳୁ, ବିକ୍ରୀ ହେଉଛି ବଜାରରେ

ସରକାରଙ୍କ ଆଳୁ ମିଶନ ଫେଲ : ଚାଷୀଙ୍କୁ ମିଳୁନି ବିହନ ଆଳୁ, ବିକ୍ରୀ ହେଉଛି ବଜାରରେ
December 02
11:55 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୧୨ : ଓଡିଶା ସରକାର ଆଳୁ ପାଇଁ ବାହାର ରାଜ୍ୟ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଉପରେ ନିର୍ଭର ନ କରିବାକୁ ଆଳୁ ମିଶନ ଆରମ୍ଭ କରିଛନ୍ତି ।
କିନ୍ତୁ ଅସାଧୁ ସରକାରୀ କର୍ମଚାରୀଙ୍କ ଅପାରଗତା ଯୋଗୁଁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଆଳୁ ବିହନ ପହଞ୍ଚି ପାରୁନାହିଁ। ଏହାର ଉଦାହରଣ ବୌଦ୍ଧ ସଦର ବ୍ଲକ ଅଞ୍ଚଳରେ ସରକାରଙ୍କ ଉଦ୍ୟାନ ବିଭାଗ ପକ୍ଷରୁ ରବି ଋତୁରେ ପନିପରିବା ଚାଷ ଉପରେ କରାଯାଉଥିବା ଆଳୁ ମିଶନ ଫେଲ୍ ମାରିଥିବା ଅଭିଯୋଗ ହୋଇଛି।
ଉପଯୁକ୍ତ ଚାଷୀଙ୍କୁ ଉଦ୍ୟାନ ବିଭାଗ ଚିହ୍ନଟ ନ କରି ବେପାରୀଙ୍କ ହାତରେ ଟେକି ଦେଇ ଚୁପ ବସିଥିବା ଅଭିଯୋଗ ହୋଇଛି ।ଫଳରେ ଆଳୁ ବିଲରେ ରୋପଣ ନ ହୋଇ ଖୋଲାଖୋଲି ଦୋକାନ ବଜାରରେ ପରିବା ବେପାରୀମାନେ ଖାଉଟିଙ୍କୁ ୫ ରୁ ୧୦ ଟଙ୍କା ଶାଗ ମାଛ ଦରରେ ବିକ୍ରୀ କରୁଛନ୍ତି।
ସରକାରୀ ନିୟମ ଅନୁସାରେ ଆଳୁ ଚାଷୀ ସହଜ ଜନ ସେବା କେନ୍ଦ୍ରରେ ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରି ଆବେଦନ କରିବେ ।
ଆବେଦନ କରିଥିବା ଚାଷୀ ଆଳୁ ବିହନ କେଜି ପ୍ରତି ୨୦ ଟଙ୍କା ଉଦ୍ୟାନ କର୍ମଚାରୀଙ୍କ ପାଖରେ ପୈଠ କଲାପରେ ବିହନ ଯୋଗାଇ ଦିଆଯିବ ।ଜମିରେ ରୋପଣ ପରେ ବିହନର ୫୦ ପ୍ରତିଶତ ରିହାତି ଟଙ୍କା କେଜି ପ୍ରତି ୧୦ ଟଙ୍କା ଚାଷୀର ବ୍ୟାଙ୍କ ଆକାଉଣ୍ଟ କୁ ଫେରିବାର ବ୍ୟବସ୍ଥା ରହିଛି। ଚାଷୀ ନେତା ରଙ୍କନିଧି ସାହୁ ଙ୍କ କହିବା ଅନୁସାରେ ଉଦ୍ୟାନ ବିଭାଗ ପକ୍ଷରୁ ଯୋଗାଉଥିବା ଆଳୁ ବିହନ ଯୋଗାଇ ଦେବାକୁ ଥିବା କୌଣସି ସୂଚନା ଚାଷୀଙ୍କ ପାଖରେ ପହଞ୍ଚି ପାରୁନାହିଁ କି ଚାଷୀଙ୍କ ମଧ୍ୟରେ ଆଳୁ ବିହନ ପ୍ରତି ସଚେତନତା ସୃଷ୍ଟି କରାଯାଉନାହିଁ ତେଣୁ ମିଶନ ଫେଲ ମାରୁଛି ଓ ବିହନ ଦଲାଲଙ୍କ ହାତକୁ ଚାଲିଯାଉଛି।
ଖବର ମୁତାବକ ବୌଦ୍ଧ ବ୍ଲକ ପାଇଁ ପର୍ଯ୍ୟାପ୍ତ ପରିମାଣର ଆଳୁ ବିହନ ମଧୁପୁର , ଗୁନ୍ଦୁଲିଆ,ପାଳସପାଟ,ସାହାଜପାଲ, ଗୁଦୁଗୁଦା ଆଦି ସ୍ଥାନରେ ଉଦ୍ୟାନ ବିଭାଗ ପକ୍ଷରୁ ଆଳୁ ବିହନ କେନ୍ଦ୍ର ଖୋଲି ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଉଛି।
କିନ୍ତୁ ଉକ୍ତ କେନ୍ଦ୍ରରେ ବିଭାଗର କୌଣସି କର୍ମଚାରୀ ଉପସ୍ଥିତ ରହୁନାହାନ୍ତି। କେନ୍ଦ୍ର ଦାୟିତ୍ୱରେ ଥିବା ବ୍ୟକ୍ତି ଚାଷୀର ବିନା ପ୍ରମାଣ ପତ୍ରରେ ବେପାରୀ

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31