Indus Valley Times

ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସହିଦ

 Breaking News

ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସହିଦ

ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସହିଦ
October 05
17:42 2023

ସିକ୍କିମ,୫/୧୦ : ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ସହିଦ୍ ହୋଇଥିବା ଓଡ଼ିଆ ଯବାନ ହେଉଛନ୍ତି ହାବିଲଦାର ସରୋଜ ଦାସ। ଭିଡ଼ିଓ କଲରେ ସହିଦ ସରୋଜଙ୍କୁ ଚିହ୍ନଟ କରିଛନ୍ତି ପରିବାର ଲୋକ। ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ପ୍ରଳୟଙ୍କରୀ ବନ୍ୟା ପାଣିରେ ଭାସି ଯାଇଥିଲେ ସରୋଜଙ୍କ ସମେତ ୨୩ ଭାରତୀୟ ଯବାନ। ସେମାନଙ୍କ ଭିତରୁ କେବଳ ଜଣଙ୍କୁ ଜୀବିତ ଭାବେ ଉଦ୍ଧାର କରାଯାଇଛି।
ସହିଦ୍ ରୋଜ ଦାସ ହେଉଛନ୍ତି ଜଣେ ଓଡ଼ିଆ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପର ଗାଁରେ। ୨୦୧୨ ମସିହା ସେପ୍ଟେମ୍ବର ମାସରେ ସେ ଭାରତୀୟ ସେନାରେ ଯୋଗଦେଇଥିଲେ। ମାସେ ତଳେ ପ୍ରମୋସନ୍ ପାଇଥିଲେ। ୧୫ ଦିନ ଟ୍ରେନିଂ ନେଇଥିଲେ। ଟ୍ରେନିଂରୁ ଫେରିବା ପରେ ସିକ୍କିମ୍ରେ ହୋଇଥିବା ବନ୍ୟାରେ ଉଦ୍ଧାରକାର‌୍ୟ୍ୟରେ ନିୟୋଜିତ ହୋଇଥିଲେ। ସରୋଜଙ୍କ ସମେତ ଭାରତୀୟ ସେନା ୨୩ ଯବାନ ଏଥିରେ ସାମିଲ୍ ଥିଲେ।
ମିଳିଥିବା ସୂଚନା ଅନୁସାରେ ଉତ୍ତର ସିକିମର ଲାଚେନ ହ୍ରଦ ଉପରେ ଅଚାନକ ବାଦଲ ଫଟା ବର୍ଷା ହେବାରୁ ତୀସ୍ତା ନଦୀର ଜଳସ୍ତର ଅଚାନକ ବୃଦ୍ଧି ପାଇଲା। ଫଳରେ ମଙ୍ଗଳବାର ରାତି ପ୍ରାୟ ୧ଟା ବେଳେ ଫ୍ଲାସ୍ ଫ୍ଲଡ ହେବାରୁ ସେନାର ୨୩ ଯବାନ ଭାସି ଯାଇଥିଲେ। ବହୁ ସେନା କ୍ୟାମ୍ପ ଭୁଶୁଡ଼ି ଯାଇଥିବା ବେଳେ ବେଳେ ଯାନବାହନ ଭାସି ଯାଇଥିବା ଦେଖିବାକୁ ମିଳିଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031