Indus Valley Times

ସିଗମା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ-୨୦୨୫ ପାଳିତ

 Breaking News

ସିଗମା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ-୨୦୨୫ ପାଳିତ

December 22
12:25 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୧/୧୨ : ଖୋର୍ଦ୍ଧାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗମା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ–୨୦୨୫ ରବିବାର ସ୍ଥାନୀୟ ବିଡ଼ିଏ କଲୋନୀ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି।
ସ୍କୁଲର ନିର୍ଦ୍ଦେଶକ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଏହି ଉତ୍ସବର ପୌରହିତ୍ୟ କରିଥିଲେ।
ମିସ୍ ଅନେଶ୍ୱତାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣି ଗୁମାନ ସିଂ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ପୌରାଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ସୋର‌୍ୟ୍ୟ ରଂଜନ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ପ୍ରକାଶ କୁମାର ସାହୁ ଏବଂ ପ୍ରଫେସର ସୁବୋଧ ଜଗଦେବ ପ୍ରମୁଖ ଯୋଗ ଦେଇଥିଲେ।
ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆଧୁନିକ ଶିକ୍ଷା ସହିତ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେବା ଅତ୍ୟନ୍ତ ଆବଶ୍ୟକ। ନିଜ ଭିତରେ ଶୃଙ୍ଖଳା ରକ୍ଷା କରିପାରିଲେ ସମାଜରେ ଶୃଙ୍ଖଳିତ ଓ ଦାୟିତ୍ୱଶୀଳ ନାଗରିକ ଭାବେ ପରିଚିତ ହୋଇପାରିବେ ବୋଲି ସେମାନେ ଉଲ୍ଲେଖ କରିଥିଲେ।
ସ୍କୁଲର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରି ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ସଫଳତା ଓ ଅନୁଷ୍ଠାନର ଶିକ୍ଷାଗତ ଉପଲବ୍ଧିକୁ ଉଜାଗର କରିଥିଲେ।
ଗୁଣମାନର ଶିକ୍ଷା ପ୍ରଦାନ ସହ ଉଚ୍ଚ ଶିକ୍ଷା ପାଇଁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ବିଶେଷ ଦୃଷ୍ଟି ଦିଆଯାଉଥିବା ସେ ସୂଚନା ଦେଇଥିଲେ।
ଗତ ସିବିଏସଇ ମ୍ୟାଟ୍ରିକ ପରୀକ୍ଷାରେ ସ୍କୁଲର ଶ୍ରେଷ୍ଠ ଛାତ୍ରଛାତ୍ରୀ ଭାବେ ଶୁଭମ ଅଗ୍ରୱାଲା ଓ ଶୁଭଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଚଳିତ ବର୍ଷ ଶିକ୍ଷାବିଦ୍ ଭାବେ ପ୍ରଫେସର ସୁବୋଧ ଜଗଦେବ ଏବଂ ସର୍ବଶ୍ରେଷ୍ଠ ଶିକ୍ଷକ ଭାବେ ମାନସ ରଞ୍ଜନ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ।
କୁନି କୁନି କଳାକାର ମାନଙ୍କ ଦ୍ୱାରା ରାମାୟଣ, ମହାଭାରତ, ଦେଶାତ୍ମକ ବୋଧ ସଙ୍ଗୀତ ଓ ସାମାଜିକ ଗଣମାଧ୍ୟମର ପ୍ରଭାବ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନୋରଞ୍ଜିତ କରିଥିଲା।
ସ୍କୁଲର ଉପାଧ୍ୟକ୍ଷ ତୁଷାର ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031