Legatus

ସିଗାରେଟ ଟାଣିବାରୁ ୧୫ ବର୍ଷୀୟ ଛାତ୍ରଙ୍କୁ ପିଟିଲେ ଶିକ୍ଷକ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

 Breaking News

ସିଗାରେଟ ଟାଣିବାରୁ ୧୫ ବର୍ଷୀୟ ଛାତ୍ରଙ୍କୁ ପିଟିଲେ ଶିକ୍ଷକ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

June 26
14:31 2023

ପାଟନା,୨୬/୬: ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣୁଥିବା ବେଳେ ବିହାରର ଜଣେ ୧୫ ବର୍ଷିୟ ବାଳକ ତା’ର ସ୍କୁଲ୍ ଶିକ୍ଷକଙ୍କଠାରୁ ଅମାନୁଷିକ ଭାବେ ମାଡ଼ଖାଇ ମରିଯାଇଥିବା ଅଭିଯୋଗ ହୋଇଛି।
ସଂଗୃହୀତ ସୂଚନା ଅନୁସାରେ, ମଧୁବନ ଅଞ୍ଚଳରେ ଥିବା ଏକ ମୋବାଇଲ୍ ମରାମତି ଦୋକାନରୁ ମାଆଙ୍କ ମୋବାଇଲ୍ ଫୋନ୍ ଆଣିବା ଲାଗି ପୂର୍ବ ଚମ୍ପାରଣ ଜିଲ୍ଲାର ୧୫ ବର୍ଷିୟ ବାଳକ ବଜରଙ୍ଗୀ କୁମାର ଶନିବାର ଦିନ ଯାଇଥିଲେ। ଘରକୁ ଫେରିବା ବାଟରେ ସେ ସାଙ୍ଗସାଥୀଙ୍କ ମେଳରେ ପୂର୍ବାହ୍ନ ପ୍ରାୟ ୧୧.୩୦ରେ ହରଦୀୟା ପୋଲ ତଳେ ସିଗାରେଟ୍ ଟାଣୁଥିଲେ।
ଘରୋଇ ଆବାସିକ ବିଦ୍ୟାଳୟ ‘ମଧୁବନ ରାଇଜିଙ୍ଗ୍ ଷ୍ଟାର୍ ପ୍ରେପ୍ ସ୍କୁଲ୍’ର ବଜରଙ୍ଗୀ ୧୦ମ ଶ୍ରେଣୀରେ ପଢ଼େ। ତା’ର ସଭାପତି ବିଜୟ କୁମାର ଯାଦବ ବଜ୍ରଙ୍ଗୀ ଧୂମପାନ କରୁଥିବା ଦେଖି ଭୀଷଣ ରାଗିଗଲେ। ସେତେବେଳେ ତାଙ୍କ ସହିତ ଥିଲେ ବଜ୍ରଙ୍ଗୀଙ୍କର ଜଣେ ଆତ୍ମୀୟ ତଥା ସେ ସ୍କୁଲ୍ର ଶିକ୍ଷକ। ତୁରନ୍ତ ସଭାପତି ବଜରଙ୍ଗୀଙ୍କ ବାପାଙ୍କୁ ଡକାଇବା ସହିତ ବଜ୍ରଙ୍ଗୀକୁ ସ୍କୁଲ୍ ପରିସରକୁ ଟାଣିନେଇଥିଲେ। ସେଠାରେ ସେମାନେ ଅନ୍ୟ ଶିକ୍ଷକମାନଙ୍କ ସହିତ ମିଶି ବଜ୍ରଙ୍ଗୀର ପୋଷାକପତ୍ର ଓହ୍ଲାଇ ନିର୍ଦ୍ଦୟ ଭାବେ ବେଲ୍ଟ୍ରେ ପିଟିଥିଲେ।
ବଜ୍ରଙ୍ଗୀ ଅଚେତ ହୋଇପଡ଼ିବାରୁ ସଭାପତି ତାକୁ ତୁରନ୍ତ ମଧୁବନର ଏକ ଘରୋଇ ନର୍ସିଙ୍ଗ୍ ହୋମ୍କୁ ନେଇଥିଲେ। କିନ୍ତୁ, ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କହି ସେମାନେ ବଜରଙ୍ଗୀକୁ ମୁଜାଫରପୁର ରେଫର୍ କରିଦେଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଲା।
କିନ୍ତୁ, ସ୍କୁଲ୍ର ସଭାପତି କହୁଛନ୍ତି କି, ମାଡ଼ ଯୋଗୁଁ ନୁହେଁ ବିଷ ଖାଇ ବଜ୍ରଙ୍ଗୀର ମୃତ୍ୟୁ ଘଟିଛି। ଧୂମପାନ କରି ଧରାପଡ଼ିଥିବା କଥା ଘର ଲୋକେ ଜାଣିଯିବା ଆଶଙ୍କାରେ ସେ ବିଷ ଖାଇଥିଲା।

Tags
Share

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31