Indus Valley Times

ସିଜିମାଳି ବକ୍ସାଇଟ୍ କାଶୀପୁର ଅଞ୍ଚଳରେ ସାମାଜିକ ଵିକାଶ ସହ ଅର୍ଥନୈତିକ ଵିକାଶ ଦିଗରେ ପରିବର୍ତ୍ତନ ଆଣିବ

 Breaking News

ସିଜିମାଳି ବକ୍ସାଇଟ୍ କାଶୀପୁର ଅଞ୍ଚଳରେ ସାମାଜିକ ଵିକାଶ ସହ ଅର୍ଥନୈତିକ ଵିକାଶ ଦିଗରେ ପରିବର୍ତ୍ତନ ଆଣିବ

December 05
15:17 2024

ସୁଧାଂଶୁ ସିଂଙ୍କ ରିପୋର୍ଟ
ରାୟଗଡ଼, ୫/୧୨ : ରାୟାଗଡ଼ ଜିଲ୍ଲା କାଶୀପୁର ଅଞ୍ଚଳରେ ଥିବା ସିଜିମାଳୀ ବେଦାନ୍ତ ଆଲୁମିନିୟମର ମାଲିକାନା ଦାଇତ୍ୱରେ, ସିଜିମାଳି ବକ୍ସାଇଟ୍ ଖଣି ଖନନ ଅନୁମତି ମିଳିଲେ କାଶୀପୁର ବ୍ଲକ ତଥା ଆଖପାଖ ଅଞ୍ଚଳରେ ସାମାଜର ଵିକାଶ ହେବାସ୍ୱେତେ ଅର୍ଥନତିକ ଵିକାଶରେ ପରିବର୍ତ୍ତନ ଆଣିବ ବୋଲି ବେଶ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଅଛି ।
ସ୍ଥାନୀୟ ବାସିନ୍ଦା କହିଲେ ମୁଖ୍ୟତ ସେହି ଅଞ୍ଚଳରେ ବସ ବାସ କରୁଥିବା ଅଧିକାଂଶ ଲୋକ ଦାରିଦ୍ର ସୀମା ରେଖା ତଳେ ବସ ବାସ କରୁଥିବା ଅନେକ ସମୟରେ ଦେଖିବାକୁ ମିଳେ, ଜିଲ୍ଲାରେ ଅନେକ ଦିନ ଧରି ତିନି ତିନୋଟି ଉଚ୍ଚକୋଟୀର କାରଖାନା ଥିଲେ ମଧ୍ୟ ବେରୋଜଗାର ସଂଖ୍ୟା ଅତି ଅଧିକ ଥିବା ଦେଖାଯାଇଛି ।
ବର୍ତ୍ତମାନ ଲାଞ୍ଜିଗଡ ସ୍ଥିତ ଭେଦାନ୍ତ କାରଖାନା ଦ୍ଵାରା ସୀମାନ୍ତ ବର୍ତ୍ତୀ ଉନ୍ନତି ରାଶି ଏବଂ ପ୍ରସ୍ତାବିତ ସିଜିମାଳିର ଯାହା ଉନ୍ନତି ରାଶି ମାଧ୍ୟମରେ ଭେଦାନ୍ତ ଆସନ୍ତା ୨୫ ବର୍ଷ ମଧ୍ୟରେ ୧୨୦୦ କୋଟି ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି।
ଯେଉଁଥିରେ ଉଭୟ ଜିଲ୍ଲାର ଜନ ପ୍ରତିନିଧୀଙ୍କ ସ୍ଵତନ୍ତ୍ର ଅଂଶଗ୍ରହଣ ମୌଖିକ ଥିଲା କୌଣସି ଲିଖିତ ଆକାରରେ ଦିଆଯାଇନଥିଲା , ମୌଖିକ ଆଲୋଚନା ମାଧ୍ୟମରେ ସମୃଦ୍ଧତା ଏବଂ ବିକାଶର ଏକ ନୂତନ ପରିକଳ୍ପନା କରାଯାଇଛି ।
ସିଜିମାଳି ଖଣି ଉତ୍ତାଳନ ଦ୍ୱାରା ଓଡିଶା ସରକାରଙ୍କୁ ବାର୍ଷିକ ୨୨୦୦ କୋଟି ରାଜସ୍ୱମିଳିବା ଆଲୋଚନା ହୋଇଥିବା କୁହାଯାଇଛି, ଏହି ରାଜସ୍ୱ ରାଜ୍ୟକୁ ଭିତ୍ତିଭୂମିର ବିକାଶ ପାଇଁ ତଥା ରୋଜଗାର କ୍ଷମ ଏବଂ ସ୍ୱାବଳମ୍ବି ହେବାରେ ସାହାଯ୍ୟ କରିବା ସହ ଆଗାମୀ ଦଶନ୍ଧି ଧରି ସ୍ଥାନୀୟ ଜନସାଧାରଣଙ୍କୁ ଉପକୃତ କରିବବୋଲି କୁହାଯାଇଥିଲା ।
ସେହି ଆର୍ଥିକ ଲାଭ ସହିତ, ଏହି ପ୍ରକଳ୍ପ ୧୫୦୦ ରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛି ବୋଲି ଦାବି କରିବା ସହ ଧନ୍ଦାମୂଳକ ତାଲିମ କେନ୍ଦ୍ର ଏବଂ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଦକ୍ଷତା ବୃଦ୍ଧି ଉପରେ କାର୍ଯ୍ୟ କରିବା ନେଇ ଆଲୋଚନା ହେବା ସହ ଏହିପରି ପଦକ୍ଷେପଗୁଡିକ ସ୍ଥାନୀୟ ଅଞ୍ଚଳରେ ନୂତନ ସୁଯୋଗ ପ୍ରଦାନ କରିବ, ଏକ ଉତ୍ତମ ଭବିଷ୍ୟତ ପାଇଁ ସେମାନଙ୍କର ଆକାଂକ୍ଷା ପୂରଣ କରିବାରେ ସାହାଯ୍ୟ କରିବ ।
ଖଣି ଖାନନ ପାଇଁ ପ୍ରକ୍ରିୟାରେ ସ୍ଥାନୀୟ ଜନଜାତିମାନଙ୍କର ସକ୍ରିୟ ଯୋଗଦାନ ଏହି ଅଞ୍ଚଳର ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଏବଂ ପରିବେଶ ସ୍ଥିତିକୁ ପୁନଃହ ରୂପ ଦେବ।
ସ୍ଥାୟୀ ଖଣି ଅଭ୍ୟାସ ପାଇଁ କଳାହାଣ୍ଡି ସ୍ଥିତ ଭେଦାନ୍ତ ପ୍ରତିବଦ୍ଧତା ନିଶ୍ଚିତ କରେ ଯେ ଏହି ଅଞ୍ଚଳରେ ଥିବା ସବୁଜ କ୍ଷେତ୍ର କୁ ପ୍ରାଧାନ୍ୟ ଦେବା ଯା ଫଳରେ ବାୟୋଫିଲ୍ଟର ଭାବରେ କାର‌୍ୟ୍ୟ କରିବ ।
ଏହି ଅଞ୍ଚଳର ଇକୋସିଷ୍ଟମ୍ ପାଇଁ କାମ କରିବା, ମୃତ୍ତିକା କ୍ଷୟକୁ ସଂରକ୍ଷଣ କରିବା ଏବଂ ଔଷଧୀୟ ଗଛ ଏବଂ ଜୀବଜନ୍ତୁକୁ ବଜାଇ ରଖିବା ଭେଦାନ୍ତ ଦୀର୍ଘମିଆଦୀ ଯୋଜନା ଅର୍ଥନତିକ ଯୋଜନାଏହିଅଞ୍ଚର ଵିକାଶପାଇଁକିଭଳି ରହିବ ତାହାଦେଖିବାବାକି ରହିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930