Indus Valley Times

ସୁତୁଲି ବାଣ ତିଆରି ବେଳେ ବିସ୍ଫୋରଣ, ୫ ଜଣ ଦଶମ ଶ୍ରେଣୀ ଛାତ୍ର ଗୁରୁତର

 Breaking News

ସୁତୁଲି ବାଣ ତିଆରି ବେଳେ ବିସ୍ଫୋରଣ, ୫ ଜଣ ଦଶମ ଶ୍ରେଣୀ ଛାତ୍ର ଗୁରୁତର

October 19
18:13 2024

ଗଞ୍ଜାମ, ୧୯/୧୦ : ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନେ ବାଣ ଭିଡୁଥିଲେ। ହଠାତ୍ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୬ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଦୀପାବଳି ପୂର୍ବରୁ ଏପରି ଭୟଙ୍କର ବିସ୍ଫୋରଣ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଘଟିଛି।
ଖଲ୍ଲିକୋଟ ଥାନା ମାଣିକପୁର ଗାଁ ନୂଆ ସାହିଠାରୁ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ରହିଛି ଗୋଟିଏ ଘର। ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ୬ ଜଣ ଦଶମ ଶ୍ରେଣୀ ଛାତ୍ର ସେହି ଘର ଭିତରେ ବାଣ ଭିଡୁଥିଲେ। ଅସାବଧାନତା ଯୋଗୁ ବାଣ ଗୁଡିକ ବିସ୍ଫୋରଣ ଘଟିଥିଲା।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଆଜବେଷ୍ଟସ୍ ଉଡି ଯାଇଥିଲା। ୩ ପାର୍ଶ୍ୱର କାନ୍ଥ ଭାଙ୍ଗି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ଟିମ୍ ଓ ପୁଲିସ୍ ଗୁରୁତର ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ଭିତରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।
ତେବେ ଏଠି ପ୍ରଶ୍ନ ଉଠୁଛି ଦଶମ ଶ୍ରେଣୀରେ ପଢୁଥିବା ଛୋଟ ଛୋଟ ପିଲାମାନେ କାହିଁକି ବାଣ ଭିଡୁଥିଲେ? ବାଣ ତିଆରି ପାଇଁ ବାରୁଦ ଓ ଅନ୍ୟାନ୍ୟ ସରଞ୍ଜାମ କେଉଁଠୁ ଆଣିଲେ? ଏ ସମ୍ପର୍କରେ ପରିବାର ଲୋକେ ଜାଣିଥିଲେ କି ନାହିଁ? କେଉଁ ଉଦ୍ଦେଶ୍ୟରେ ଏମାନେ ବାଣ ତିଆରି କରୁଥିଲେ? ଦୀପାବଳିରେ ବାଣ ଫୁଟାଇବା ପାଇଁ ନା ବ୍ୟବସାୟ ପାଇଁ? ବାଣ ବିସ୍ଫୋରଣ ପରେ ଏମିତି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031