Indus Valley Times

ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାରେ ବାଲେଶ୍ୱର ଜିଲ୍ଲା ବନ୍ଦ: ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

 Breaking News

ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାରେ ବାଲେଶ୍ୱର ଜିଲ୍ଲା ବନ୍ଦ: ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

July 16
10:48 2025

ଭୁବନେଶ୍ୱର,୧୬/୭ : ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାରେ ବିରୋଧୀ ଦଳଗୁଡ଼ିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ସୋମବାର ବିଳମ୍ବିତ ରାତିରେ ପୀଡ଼ିତା ଛାତ୍ରୀ ଆଖି ବୁଜି ଦେଇଥିବା ଘୋଷଣା କରାଯିବା ପରଠୁ ଏହି ପ୍ରସଙ୍ଗରେ ରାଜନୀତି ଜୋର ଧରିଛି।
ସରକାରୀ ଉଦାସୀନତାର ପ୍ରତିବାଦରେ ଜୁଲାଇ ୧୭ରେ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ପାଇଁ କଂଗ୍ରେସ ଡାକରା ଦେଇଛି। ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଦର୍ଶାଇ କଂଗ୍ରେସ ନେତୃତ୍ୱରେ ବାମପନ୍ଥୀଙ୍କ ସମେତ ୮ ବିରୋଧୀ ଦଳ ବନ୍ଦରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି।
ବିଜେଡି ପକ୍ଷରୁ ବୁଧବାର ଲୋକସେବା ଭବନ ଘେରାଯିବା ସହ ବାଲେଶ୍ୱରରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯିବ। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ମୃତ୍ୟୁ ଭାଜପାର ସିଷ୍ଟମ୍ ଦ୍ୱାରା କରାଯାଇଥିବା ଏକ ସଙ୍ଗଠିତ ହତ୍ୟା ରୂପେ ଅଭିହିତ କରି ପ୍ରଧାନମନ୍ତ୍ରୀଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ଏକ ବିଫଳ ବ୍ୟବସ୍ଥା ଯୋଗୁ ଛାତ୍ରୀଙ୍କ ଜୀବନ ଚାଲିଗଲା। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୀଡ଼ିତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930