Indus Valley Times

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଜିଯାଏଁ କାହିଁକି ମିଳିନି ୟୁନିଫର୍ମ, ରୋକ୍‌ଠୋକ୍ ଶୁଣାଇଲେ ଗଣଶିକ୍ଷା ମନ୍ତ୍ରୀ

 Breaking News

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଜିଯାଏଁ କାହିଁକି ମିଳିନି ୟୁନିଫର୍ମ, ରୋକ୍‌ଠୋକ୍ ଶୁଣାଇଲେ ଗଣଶିକ୍ଷା ମନ୍ତ୍ରୀ

November 20
12:58 2025

ଭୁବନେଶ୍ୱର, ୨୦/୧୧: ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ନ ମିଳିବା ଘଟଣାରେ ତତ୍ପରତା ପ୍ରକାଶ କରିଛି ଗଣଶିକ୍ଷା ବିଭାଗ। ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଏନ.ତିରୁମାଲା ନାୟକ। ଯେତେ ଶୀଘ୍ର ସମ୍ଭବ ୟୁନିଫର୍ମ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ।
ଗତ ଜୁନ୍ ମାସରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ ଡିଇଓ ମାନଙ୍କୁ ଚିଠି ହୋଇଥିଲା। ଜୁଲାଇ ୧୫ ତାରିଖ ସୁଦ୍ଧା ୟୁନିଫର୍ମ ଯୋଗାଇବାକୁ ଚିଠି କରାଯାଇଥିଲା। ହେଲେ ଆଜିଯାଏଁ କିଛି ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳି ନଥିଲା।
ଏନେଇ ଗତ ୨ତାରିଖରେ ଖବର ପ୍ରସାରଣ କରାଯାଇଥିଲା। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗଣଶିକ୍ଷା ବିଭାଗ ତତ୍ପରତା ଦେଖାଇଛି। ଗଣଶିକ୍ଷା ବିଭାଗ ସଚିବ ଏନ.ତିରୁମାଲା ନାୟକ ତୁରନ୍ତ ଡ୍ରେସ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031