Indus Valley Times

ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ସ୍ବାମୀ

 Breaking News

ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ସ୍ବାମୀ

ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ସ୍ବାମୀ
May 30
12:18 2023

ଧାମନଗର,୩୦/୫ : ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି ସ୍ବାମୀ। ଭଦ୍ରକ ଜିଲ୍ଲା ଧାମନଗର ମୌଲାନାସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ଆଜି ସକାଳେ ଧାମନଗର ଥାନା ମୌଲାନାସାହିରେ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଠାବ ହୋଇଛି। ଘର ଭିତରେ ପଡ଼ିଛି ସ୍ତ୍ରୀର କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘରଠାରୁ କିଛି ଦୂରରେ ବିଲରେ ଥିବା ଏକ ଗଛରେ ସ୍ୱାମୀର ଝୁଲନ୍ତା ମୃତଦେହ ଠାବ ହୋଇଛି। ଘର ଭିତରୁ ଏକ ରକ୍ତଲଗା କଟୁରି ମିଳିଛି। ଏଥିରୁ ସନ୍ଦେହ କରାଯାଉଛି ଯେ ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା ପରେ ସ୍ୱାମୀ ଭାସ୍କର ସାମଲ(୩୮) ଆତ୍ମହତ୍ୟା କରିଛି।
ଗତ ରାତିରେ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ପଡ଼ୋଶୀ ଓ ସଂପର୍କୀୟଙ୍କ କହିବା ଅନୁଯାୟୀ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ଲାଗେ। ଏପରିକି କଥା ଥାନା ଯାଏ ବି ଯାଇଥିଲା। ହେଲେ ଗତକାଲି କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଆଜି ସକାଳ ଭାସ୍କରଙ୍କ ପିଲାମାନେ ସକାଳୁ ଉଠି ମାର ଏଭଳି ଅବସ୍ଥା ଦେଖି ଗାଁଲୋକଙ୍କୁ ଖବର ଦେଇଥିଲେ।
ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟ ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30