Indus Valley Times

ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

 Breaking News

ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ
June 29
21:59 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୯/୬ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଭକ୍ତଙ୍କ ଚଳ ଚଞ୍ଚଳ ସହ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। ମନ୍ଦିର ପରିସରସ୍ଥ ସ୍ନାନ ମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ବିଜେ କରାଯାଇଥିଲା।
ସକାଳୁ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିବା ବେଳେ ପ୍ରଥମେ ସୁଦର୍ଶନ, ପରେ ସୁଭଦ୍ରା, ବଳଭଦ୍ର ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶହ ଶହ ଭକ୍ତଙ୍କ ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନୀ ମଧ୍ୟରେ ପହଣ୍ଡି କରାଯାଇ ସ୍ନାନମଣ୍ଡପକୁ ଅଣାଯାଇଥିଲା।
ଦିବ୍ୟ ସ୍ନାନ ନୀତି ଭକ୍ତିମୟ ପରିବଶରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରାଯାଇଥିଲା କ୍ଷ ଏହି ଦୁର୍ଲଭ ଦୃଶ୍ୟର ସାକ୍ଷୀ ହେବା ପାଇଁ ସମଗ୍ର ମନ୍ଦିର ପରିସରରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
କାହା ହାତରେ ତୁଳସୀ, କାହା ମୁହଁରେ ଜୟ ଜଗନ୍ନାଥ ର ଧ୍ୱନି ତ\’ ଆଉ କାହା ଆଖିରେ ଭକ୍ତିର ଅଶ୍ରୁ ଦୃଶ୍ୟ ଦେଖିବାକୁ ମିଳିଥିଲା । ବହୁ ଦିନର ଅପେକ୍ଷା ପରେ ଆଜି ମହାପ୍ରଭୁଙ୍କ ଏହି ମହାମାନବୀୟ ଲୀଳାକୁ ଦେଖି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥିଲେ ।
ଘଣ୍ଟ, ଘଣ୍ଟା, ଶଙ୍ଖ ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ମନ୍ଦିର ପରିସର। ଭକ୍ତ ଓ ଭଗବାନଙ୍କ ଏହି ଅପୂର୍ବ ମିଳନରେ ଭାବବିହ୍ୱଳ ହୋଇଉଠିଛି ସମଗ୍ର ବାଲିଗୁଡା ଅଞ୍ଚଳ । ଅପରାହ୍ନରେ ଠାକୁରଙ୍କ ଗଜାନନ ବେଶ, ଭୋଗ ଲାଗି, ସନ୍ଧ୍ୟା ଆଳତି ଓ ରାତ୍ରିରେ ମହାଆଳତି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।
ଏହି ଉତ୍ସବ ରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ,ଏସ ଡି ପି ଓ ଶୁଭମ ଭୋସଲେ, ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଟ୍ରଷ୍ଟ ର ମଧୁସୂଦନ ଦାସ,ଟି.ଶ୍ରୀନିବାସ ରାଓ,ପ୍ରକାଶ ଚନ୍ଦ୍ର ନାୟକ,ନବ କୁମାର ପାଣିଗ୍ରାହୀ,ଭଗବାନ ପଣ୍ଡା, ରଞ୍ଜିତ କୁମାର ମହାନ୍ତି, ସତ୍ୟ ନାରାୟଣ ପାଢ଼ୀ ଙ୍କ ସମେତ ଶତାଧିକ ଭକ୍ତ ସାମିଲ ହୋଇ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ ।
ଉତ୍ସବକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ପର୍ଶୁରାମ ବାହିନୀ, ବ୍ରାହ୍ମଣ ସମାଜ, ପୂଜକ ମଣ୍ଡଳୀ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରି ପରିଚାଳନା ରେ ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ପରିସରରେ ଓ ସମଗ୍ର ଟାଉନ ରେ ପୋଲିସ ମୁତୟନ କରାଯାଇ ପାଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031