Indus Valley Times

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ କୁଟାସିଂହା ଦୁର୍ଗା ମେଢ଼ ପରିଦର୍ଶନ ଓ ଗାଁ ର ବିକାଶ ଉପରେ ଆଲୋଚନା

 Breaking News

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ କୁଟାସିଂହା ଦୁର୍ଗା ମେଢ଼ ପରିଦର୍ଶନ ଓ ଗାଁ ର ବିକାଶ ଉପରେ ଆଲୋଚନା

October 10
22:21 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୦/୧୦ : ଆଗଲପୁର ବ୍ଲକ ରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଳିଙ୍ଗ ଆଜି ଅଂଚଳ ର ବିଭିନ୍ନ ପୂଜା ମଣ୍ଡପ କୁ ଯାଇ ମା ଦୁର୍ଗା ଙ୍କୁ ଦର୍ଶନ କରି ଅଂଚଳବାସୀଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି।
ସାଙ୍ଗରେ ବ୍ଲକ ବିଜେପି ମଣ୍ଡଳ ସଭାପତି ପିତାମ୍ବର କଣ୍ଟା ଉପସ୍ଥିତ ଥିଲେ।ଆଗଲପୁର,ଡୁଡୁକା,ସାଲେଭଟା,କୁଟାସିଂହା,ବକଟି,ବେନ୍ଦ୍ରା ଗ୍ରାମ ମାନଙ୍କର ପୂଜାମଣ୍ଡପ କୁ ଯାଇ କମିଟି ସଦସ୍ୟ ଙ୍କ ସହ ଆଲୋଚନା କରି ସମସ୍ୟା ମାନ ବୁଝିଥିଲେ।
କୁଟାସିଂହା ଅଙ୍ଗ ନଦୀ ଉପରେ ହେବାକୁ ଥିବା ବ୍ୟାରେଜ ଓ ଡୁଙ୍ଗୁରିପାଲି ଚଣ୍ଡାଳ ଡ୍ୟାମ କୁ ଇକୋଟୁରିଜମ ରେ ପରିଣତ କରିବାକୁ ଶ୍ରୀ ପ୍ରମୋଦ ବଗର୍ତ୍ତୀ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ମନ୍ତ୍ରୀ ହେଲାପରେ ମଧ୍ୟ ସେ ନିଜ ଅଞ୍ଚଳର ଜନସାଧାରଣ ଙ୍କ ପ୍ରତି ଟି କାର୍ଯ୍ୟରେ ଯୋଗଦାନ ଦେଉ ଥିବାରୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031