Indus Valley Times

ସଡ଼କ ଦୁର୍ଘଟଣା ଏଡାଇବା ପାଇଁ ଆସିଲା ନୂଆ ପଲିସି: ୩ ରୁ ଅଧିକ ମୃତ୍ୟୁ ମାମଲା ପାଇଁ ଗଠନ ହେବ ସ୍ୱତନ୍ତ୍ର ଟିମ

 Breaking News

ସଡ଼କ ଦୁର୍ଘଟଣା ଏଡାଇବା ପାଇଁ ଆସିଲା ନୂଆ ପଲିସି: ୩ ରୁ ଅଧିକ ମୃତ୍ୟୁ ମାମଲା ପାଇଁ ଗଠନ ହେବ ସ୍ୱତନ୍ତ୍ର ଟିମ

October 15
11:18 2022

ଭୁବନେଶ୍ୱର,୧୫/୧୦: ଦିନକୁ ଦିନ ବଢ଼ିଚାଲିଛି ସଡକ ଦୁର୍ଘଟଣା । ଏଥିରେ ଅନେକ ଅମୁଲ୍ୟବାନ୍ ଜୀବନ ଅକାଳରେ ଚାଲି ଯାଉଛି । ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏବେ ରାଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଲିସ ଅଣାଯାଇଛି । ଯେଉଁଥିରେ ସଡ଼କ ଦୁର୍ଘଟଣାରେ ୩ କିମ୍ବା ତିନି ଠାରୁ ଅଧିକ ମୃତ୍ୟୁ ମାମଲା ପାଇଁ ଗଠନ ହେବ ସ୍ୱତନ୍ତ୍ର ଟିମ୍ । ତ୍ୱରିତ ଓ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ତଦନ୍ତକାରୀ ଟିମ୍ରେ ଜଣେ ପୁଲିସ ଅଧିକାରୀ, ଇଂଜିନିୟର ଓ ପରିବହନ ବିଭାଗର ବୈଷୟିକ ଅଧିକାରୀ ରହିବେ। ତେଣୁ ରାସ୍ତା ଦୁର୍ଘଟଣାକୁ ଏଡାଇବାପାଇଁ ପରିବହନ ବିଭାଗ ପକ୍ଷରୁ କ୍ରାସ୍ ଇନଭେଷ୍ଟିଗେସନ ପଲିସି ଅଣାଯାଇଛି। ଦୁର୍ଘଟଣା ପାଇଁ ମନୁଷ୍ୟ, ଯାନବାହାନ କିମ୍ବା ଭିତ୍ତିଭୂମି ଦାୟୀ ଥିଲେ, ସେଗୁଡିକ ଠାବ କରି ସମାଧାନ କରିବାକୁ ପଲିସିରେ ପ୍ରସ୍ତାବ ରହିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031