Legatus

ହଜାର ହଜାର ଶୁଭେଚ୍ଛୁ ଏବଂ ସମର୍ଥକଙ୍କ ସହିତ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା

 Breaking News

ହଜାର ହଜାର ଶୁଭେଚ୍ଛୁ ଏବଂ ସମର୍ଥକଙ୍କ ସହିତ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା

ହଜାର ହଜାର ଶୁଭେଚ୍ଛୁ ଏବଂ ସମର୍ଥକଙ୍କ ସହିତ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା
April 27
20:29 2024

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୭/୪ :ଆଜି ଦଶପଲ୍ଲାର ଆରାଧ୍ୟଦେବ ମହାବୀର ଙ୍କୁ ଦର୍ଶନ କରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ନିଜର ହଜାର ହଜାର ଶୁଭେଚ୍ଛୁ ସମର୍ଥକଙ୍କ ସହ ଦଶପଲ୍ଲା ରୁ ବାହାରି ନୟାଗଡ଼ରେ ପହଞ୍ଚିବା କ୍ଷଣି ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳ ଅଫିସ୍ କାର‌୍ୟ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।
ଏହି ଶୋଭାଯାତ୍ରାରେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କ ସହ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ, ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ,ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ସମେତ ଅନ୍ୟାନ୍ୟ କର୍ମୀ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ ।
ଅନ୍ୟ ପକ୍ଷରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା ।ସେପଟେ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ କିଭଳି ଭାବେ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ଦିନରାତି ଅହରହ ଚେଷ୍ଟା କରିଛନ୍ତି ।
ସେହିପରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ପୁନର୍ବାର ବିଜେଡ଼ି ତରଫରୁ ଟିକେଟ ମିଳିଥିବାରୁ ଦଶପଲ୍ଲାର ଆଉ ଯାହା ଅଧୁରା କାମ ବାକି ରହିଲା ତାକୁ ଆଗାମୀ ଦିନରେ ପୁରଣ କରିବା ସହିତ ଦଶପଲ୍ଲା କୁ ଏକ ବିକଶିତ ନିର୍ବାଚନ ମଣ୍ଡଳୀ ଭାବରେ ପରିଗଣିତ କରିବା ଆଶା ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଉଅଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31