Legatus

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

 Breaking News

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ
May 21
11:24 2024

ଅନୁଗୋଳ, ୨୧/୫: ଅନୁଗୋଳ ଜିଲ୍ଲା ତୁଳସୀପାଳ ଗାଁରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପରୁ ଗୋଛୟତ।
କୌଣସି କାମରେ ଘର ପାଖ ପଡ଼ିଆକୁ ଯାଇଥିବା ବେଳେ ପରୁଙ୍କୁ ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ବଢ଼ିଛି। ହାତୀ ବିଭିନ୍ନ ସମୟରେ ଜନବସତି ମୁହାଁ ହେବା ସହ ଗାଈଗୋରୁ ଓ ମଣିଷକୁ ଆକ୍ରମଣ କରୁଛନ୍ତି।
ଆଜିର ଘଟଣା ପରେ ଗାଁରେ ଅସନ୍ତୋଷ ଦେଖାଦେଇଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ହାତୀ ଉପଦ୍ରବ ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ। ଘଟଣା ବିଷୟରେ ଖବର ପାଇ ବନବିଭାଗ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31