Indus Valley Times

ହାତୀ ଘଉଡ଼ାଇବାକୁ ଯାଇଥିଲେ କର୍ମଚାରୀ, ଟେକି କଚାଡ଼ି ଦେଲା

 Breaking News

ହାତୀ ଘଉଡ଼ାଇବାକୁ ଯାଇଥିଲେ କର୍ମଚାରୀ, ଟେକି କଚାଡ଼ି ଦେଲା

October 17
10:27 2024

କେନ୍ଦୁଝର, ୧୭/୧୦ : ହାତୀ ଘଉଡ଼ାଇବାକୁ ଯାଇ ଅଡୁଆରେ ପଡିଗଲେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ । ହାତୀକୁ ଘଉଡ଼ାଇବେ କ’ଣ ହାତୀ ସେମାନଙ୍କୁ ଗୋଡ଼ାଇଲା। ଏହାଦେଖି ସମସ୍ତେ ଜୀବନ ବିକଳରେ ପଳାଇଲେ, କିନ୍ତୁ ହାବୁଡରେ ପଡିଯାଇ ଥିଲେ ଜଣେ କର୍ମଚାରୀ ।
ହାତୀଟି ତାଙ୍କୁ ଟେକି କଚାଡ଼ିଦେଲା। ଫଳରେ ଅକାଳରେ ଚାଲିଗଲା ଜଣେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କ ଜୀବନ। ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ମୃତକ ହେଲେ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ ।ନରଣପୁର ସେକ୍ସନର ଝାରବେଡ଼ ଗ୍ରାମ ନିକଟରେ ୭ ଟିକିଆ ହାତ ପଲ ବିଲରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଥିଲା
ଗତକାଲି ରାତିରେ ଖବର ପାଇ ବନ ବିଭାଗ କର୍ମଚାରୀ ଓ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ସେମାନେ ହାତୀକୁ ଘଉଡାଉ ଥିବାବେଳେ ହଠାତ ଏକ ଦନ୍ତା ହାତୀ ଗୋଠରୁ ଅଲଗା ହୋଇ ବନକର୍ମଚାରୀଙ୍କୁ ଗୋଡ଼ାଇଥିଲା।
ଏହାଦେଖି ସମସ୍ତ କର୍ମଚାରୀ ଦୌଡ଼ି ପଳାଇଥିବା ବେଳେ ବସନ୍ତ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ।ଦନ୍ତାଟି ତାଙ୍କୁ ଟେକି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସନ୍ତଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥିସହ ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031