Indus Valley Times

ହୀରାକୁଦ ଡ୍ୟାମର ହେବ ନବୀକରଣ; ଜାରି ହେଲା ସଂକଳ୍ପ ପତ୍ର

 Breaking News

ହୀରାକୁଦ ଡ୍ୟାମର ହେବ ନବୀକରଣ; ଜାରି ହେଲା ସଂକଳ୍ପ ପତ୍ର

ହୀରାକୁଦ ଡ୍ୟାମର ହେବ ନବୀକରଣ; ଜାରି ହେଲା ସଂକଳ୍ପ ପତ୍ର
October 07
13:09 2024

ଭୁବନେଶ୍ୱର,୭/୧୦ : ଦେଶର ସର୍ବବୃହତ ହୀରାକୁଦ ଜଳ ଭଣ୍ଡାରର ହେବ ନବକଳେବର । ଏଥିପାଇଁ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଆସନ୍ତା ୪ ବର୍ଷରେ ହୀରାକୁଦ ଡ୍ୟାମ୍ ପ୍ରକଳ୍ପ କେନାଲ୍ ପଦ୍ଧତିରେ ନବୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ଜାରି କରାଯାଇଛି ।
୧୯୫୭ ମସିହାରେ ମହାନଦୀ ତଟରେ ନିର୍ମିତ ହୋଇଥିବା ବୃହତ ସବୁଠୁ ବଡ଼ ମାଟି ନଦୀ ବନ୍ଧ ହୀରାକୁଦର ସିମେଣ୍ଟ ଲାଇନିଂ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ୮୫୫ କୋଟି ଟଙ୍କା ବ୍ୟୟରେ ନବୀକରଣ କରାଯିବ । ୨୦୨୪-୨୫ରୁ ୨୦୨୭-୨୮ମଧ୍ୟରେ ଉପଯୁକ୍ତ ଜଳ ବଣ୍ଟନ ଓ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଜଳଭଣ୍ଡାରର ସିମେଣ୍ଟ ଲାଇନିଂ କରାଯିବ । ନବୀକରଣ ଯୋଜନାରେ ଜଳପଥଗୁଡ଼ିକୁ ମାଇନର, ସବମାଇନର ଭାବରେ ପୁନଃ ନାମିତ କରାଯିବ। ଏଥି ସହ ମାଟିରେ ନିର୍ମିତ ହୋଇଥିବା ଜଳପଥଗୁଡ଼ିକରେ ସିମେଣ୍ଟ କଂକ୍ରିଟ ଲାଇନିଂ କରି ଜଳ ପରିଚାଳନା ସ୍ଥିରତା ସୁନିଶ୍ଚିତ କରାଯିବ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031