Indus Valley Times

ହୁ ହୁ ହୋଇ ଜଳିଗଲା ଡାଲି ବୋଝେଇ ଟ୍ରକ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

 Breaking News

ହୁ ହୁ ହୋଇ ଜଳିଗଲା ଡାଲି ବୋଝେଇ ଟ୍ରକ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

September 24
12:00 2024

କଟକ, ୨୪/୯ : ଚଳନ୍ତା ଡାଲି ଟ୍ରକ୍‌ରେ ହଠାତ୍ ଲାଗିଗଲା ନିଆଁ। ପୋଡ଼ି ପାଉଶଁ ହୋଇଗଲା ୩୦ ଟନ୍ ଡାଲି। ‌ସୌଭାଗ୍ୟ ବଶଃତ ଟ୍ରକ୍ ଡ୍ରାଇଭରର କିଛି ହୋଇନାହିଁ। କଟକ ଜିଲ୍ଲା ଅଡ଼ଶପୁର-ନିଆଳି ରାସ୍ତାର ଅମଣାକୁଦ ଛକରେ ଏହି ଘଟଣା ଘଟିଛି।
ଆଜି ଭୋର ୪ଟା ସମୟରେ ଟ୍ରକ୍‌ଟି ରାୟପୁରରୁ ଡାଲି ବୋଝେଇ କରି କୋଣାର୍କ ଅଭିମୁଖେ ଯାଉଥିଲା। ଅମଣାକୁଦ ଛକରେ ଟ୍ରକରେ ନିଆଁ ଲାଗିଯାଇଥିବା ଡ୍ରାଇଭର ହଠାତ୍ ଜାଣି ପାରିଥିଲେ। ସଙ୍ଗେସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ।
ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ଟ୍ରକ୍‌ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିଲା। ସେଥିରେ ଥିବା ଡାଲି ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କିଛି ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930