Indus Valley Times

ହେରାପଞ୍ଚମୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, କିନ୍ତୁ ଭିଆଇପି ଦର୍ଶନକୁ ନେଇ ଏମିତି କହିଲେ କେନ୍ଦ୍ରାଞ୍ଚଳ ଆଇଜି

 Breaking News

ହେରାପଞ୍ଚମୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, କିନ୍ତୁ ଭିଆଇପି ଦର୍ଶନକୁ ନେଇ ଏମିତି କହିଲେ କେନ୍ଦ୍ରାଞ୍ଚଳ ଆଇଜି

July 20
12:10 2026

ପୁରୀ, ୨୦/୭ : ଆଜି ହେରାପଞ୍ଚମୀ । ସେଥିପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତ । ହେରାପଞ୍ଚମୀରେ ଆଡ଼ପ ଦର୍ଶନ କରିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ । କିନ୍ତୁ ହେରା ପଞ୍ଚମୀରେ କୌଣସି ଭିଆଇପି ଦର୍ଶନ ବ୍ୟବସ୍ଥା ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାଏକ ।
ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ଜାରି ରହିଛି । କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି ହେରାପଞ୍ଚମୀରେ ଅଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ୮ ଭାଗରେ ବିଭକ୍ତ କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ସେହିପରି ଭିଆଇପି ଦର୍ଶନ ନାଁରେ ଅନଲାଇନ ଫେକ୍ ଆକାଉଣ୍ଟ ଖୋଲା ଯାଇ ଭକ୍ତଙ୍କୁ ଭ୍ରମିତ କରାଯାଉଛି । ଭିଆଇପି ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ହୋଇ ନାହିଁ । ଯେଉଁ ୱେବ୍ ପୋର୍ଟାଲରେ ଏଭଳି ଦାବି କରାଯାଇଛି ସେହି ପୋର୍ଟାଲ ରକ୍ଟଙୟସଗ୍ଦଷବ ନାଁରେ ଏତଲା ଦିଆଯାଇଛି । ତେଣୁ ଏହା ଉପରେ ବିଶ୍ୱାସ ନ କରିବାକୁ ଆଇଜି ସମସ୍ତ ଭକ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ଆସନ୍ତାକାଲି ତିନି ରଥର ଦକ୍ଷିଣ ମୋଡ଼ ହେବ । ସେଥିପାଇଁ ୫୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ପ୍ରଶାସନ ତରଫରୁ ଦିଆଯାଇଥିବା ନିୟମକୁ ମାନିବାକୁ ଏବଂ ପ୍ରଶାସନ ସହିତ ସହଯୋଗ କରିବାକୁ କେନ୍ଦ୍ରାଞ୍ଚଳ ଆଇଜି ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930