Indus Valley Times

ୟୁପିରେ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ ଉଦ୍ଘାଟନ କଲେ ମୋଦି

 Breaking News

ୟୁପିରେ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ ଉଦ୍ଘାଟନ କଲେ ମୋଦି

ୟୁପିରେ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ ଉଦ୍ଘାଟନ କଲେ ମୋଦି
February 10
12:27 2023

ଲକ୍ଷ୍ନୌ,୧୦/୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଲକ୍ଷ୍ନୌରେ ଉତ୍ତରପ୍ରଦେଶ ଗ୍ଲୋବାଲ୍ ଇନ୍ଭେଷ୍ଟର୍ସ ସମ୍ମିଳନୀ-୨୦୨୩ର ଉଦ୍ଘାଟନ୍ କରିଛନ୍ତି। ଏହି ୩ ଦିନିଆ ଉତ୍ସବରେ ଅନେକ ମନ୍ତ୍ରୀରୁ ନେଇ ବହୁ ଅଗ୍ରଣୀ ଶିଳ୍ପପତି ପର‌୍ୟ୍ୟନ୍ତ ଯୋଗ ଦେଇପାରନ୍ତି।
ୟୁପି ଗ୍ଲୋବାଲ୍ ଇନ୍ଭେଷ୍ଟର୍ସ ସମ୍ମିଳନୀ-୨୦୨୩ର ଉଦ୍ଦେଶ୍ୟ ହେଉଛି ବିଶ୍ବର ବିଭିନ୍ନ ସ୍ଥାନରୁ ପଲିସି ମେକର ବା ନୀତି ନିର୍ଣ୍ଣୟକାରୀ, ଶିଳ୍ପପତି, ଶିକ୍ଷାବିତ୍ ଓ ଚିନ୍ତାନାୟକମାନଙ୍କୁ ଏକତ୍ର କରି ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବା। ଭଚ୍ଚ
ଆସନ୍ତା ୫ ବର୍ଷ ମଧ୍ୟରେ ୟୁପି ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥାର ସ୍ବପ୍ନ ଦେଖିଥିବା ବେଳେ ଏହି ସମ୍ମିଳନୀରେ ୨୫ ଲକ୍ଷ କୋଟି ଟଙ୍କାର ଏକ ପୁଞ୍ଜି ବିନିଯୋଗ ପ୍ରସ୍ତାବ ରହିଛି।
ରିଲାୟନ୍ସ ଗ୍ରୁପ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମଧ୍ୟ ଏହି ସମ୍ମିଳନୀରେ ଉପସ୍ଥିିତ ଥିବାର ନଜର ଆସିଛନ୍ତି। ତେବେ ଉତ୍ତରପ୍ରଦେଶରେ ଏକ ଏପରି ସୁଯୋଗ ସୃଷ୍ଟି ହେବାକୁ ଥିବାରୁ ନିଜର ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ସମ୍ମିଳନୀ ଫେବ୍ରୁଆରି ୧୦ରୁ ନେଇ ୧୨ ତାରିଖ ପର‌୍ୟ୍ୟନ୍ତ ଚାଲିବ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031