Legatus

ୟୁପିରେ ଶ୍ରୀ କଲ୍କୀ ଧାମ୍ ମନ୍ଦିରର ଶିଳାନ୍ୟାସ କଲେ ମୋଦୀ

 Breaking News

ୟୁପିରେ ଶ୍ରୀ କଲ୍କୀ ଧାମ୍ ମନ୍ଦିରର ଶିଳାନ୍ୟାସ କଲେ ମୋଦୀ

ୟୁପିରେ ଶ୍ରୀ କଲ୍କୀ ଧାମ୍ ମନ୍ଦିରର ଶିଳାନ୍ୟାସ କଲେ ମୋଦୀ
February 19
15:36 2024

ଉତ୍ତର ପ୍ରଦେଶର,୧୯/୨ : ଆଜି ଉତ୍ତର ପ୍ରଦେଶର ସମ୍ଭଲ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ କଲ୍କି ଧାମ ମନ୍ଦିରର ଭୂମି ପୂଜନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜାନୁଆରୀ ୨୨ ପରଠାରୁ ନୂଆ ଯୁଗର ଆରମ୍ଭ ହୋଇଛି।
ଭୂମି ପୂଜନ ପରେ ସମାରୋହରେ ଅପସ୍ଥିତ ଥିବା ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ୨୨ ଜାନୁଆରୀ (ରାମ ମନ୍ଦିର ପ୍ରତିଷ୍ଠା) ପରଠାରୁ ନୂଆ ଯୁଗ ଆରମ୍ଭ ହୋଇଛି। ଆଜି ଆଉ ଏକ ପବିତ୍ର ସ୍ଥାନରେ ମନ୍ଦିର ନିର୍ମାଣ ନେଇ ମୂଳଦୂଆ ପଡିଲା। ଆଚାର‌୍ୟ୍ୟ ଏବଂ ସାଧୁମାନଙ୍କ ଉପସ୍ଥିତିରେ ମହାନ କଲ୍କି ଧାମର ଭୂମି ପୂଜନ କରିବାର ସୌଭାଗ୍ୟ ପାଇଲି। ମୁଁ ନିଶ୍ଚିତ ଯେ, ଭାରତୀୟଙ୍କ ଧାର୍ମିକ ବିଶ୍ୱାସର ଆଉ ଏକ ପବିତ୍ର ସ୍ଥାନ ହେବ କଲ୍କି ଧାମ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ଆଜି ମଧ୍ୟ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀ, ତେଣୁ ଏହି ଦିନ ଆହୁରି ପବିତ୍ର ଏବଂ ପ୍ରେରଣାଦାୟକ। ଏହି ଅବସରରେ ମୁଁ ସମ୍ମାନର ସହ ଛତ୍ରପତି ଶିବାଜୀ ମହାରାଜଙ୍କ ପାଦତଳେ ପ୍ରଣାମ କରୁଛି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ଏହି ସମାରୋହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଆଚାର‌୍ୟ୍ୟ ପ୍ରମୋଦ କୃଷ୍ଣ ଉପସ୍ଥିତ ଥିଲେ। ଏଥିସହ ଦେଶର ବିଭିନ୍ନ ସ୍ଥାନରୁ ୧,୧୦୦ ସାଧୁ-ସନ୍ଥମାନେ ମଧ୍ୟ ଭୂମି ପୂଜନ ସମାରୋହରେ ଯୋଗ ଦେଇ ମନ୍ତ୍ରଧ୍ୱନି ଉଚ୍ଚାରଣ କରିଥିଲେ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଆମେ ଏକ ନୂତନ ଭାରତ ଦେଖିଛୁ। ବିକାଶ ପଥରେ ଭାରତ ଖୁବ୍ ଦ୍ରୁତ ଗତିରେ ଆଗକୁ ବଢୁଛି। ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ସ୍ତରରେ ସମ୍ମାନିତ କରାଯାଉଛି। ଦେଶର ସବୁ ସୀମା ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31