Indus Valley Times

୨୪ ଘଣ୍ଟାରେ ରାଜ୍ୟରେ ୧.୩ ମିମି ବର୍ଷା ରେକର୍ଡ, ସ୍ୱାଭାବିକ ଠାରୁ ୮୭% କମ୍

 Breaking News

୨୪ ଘଣ୍ଟାରେ ରାଜ୍ୟରେ ୧.୩ ମିମି ବର୍ଷା ରେକର୍ଡ, ସ୍ୱାଭାବିକ ଠାରୁ ୮୭% କମ୍

୨୪ ଘଣ୍ଟାରେ ରାଜ୍ୟରେ ୧.୩ ମିମି ବର୍ଷା ରେକର୍ଡ, ସ୍ୱାଭାବିକ ଠାରୁ ୮୭% କମ୍
July 02
16:17 2023

ଭୁବନେଶ୍ବର,୨/୭: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ବିସ୍ତୃତି ବଢିବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ୪ ତାରିଖରୁ ସମଗ୍ର ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ। ଏହା ସହ ଆଜି ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୱାର୍ଣ୍ଣି ଜାରି କରାଯାଇଛି।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ଆହୁରି କହିଛନ୍ତି, ରାଜ୍ୟରେ ଏବେ ମୌସୁମୀ ପ୍ରଭାବ ଦୁର୍ବଳ ରହିଛି । ଗତ ୨୪ ଘଣ୍ଟାରେ ସମଗ୍ର ରାଜ୍ୟରେ ସ୍ବାଭାବିକଠାରୁ ୮୭ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଜୁନ ଆରମ୍ଭରୁ ଏଯାବତ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି।
ମୌସୁମୀ ଦୁର୍ବଳ ଥିଲା, ଏବେ ଏବେ ତାହା ସ୍ବାଭାବିକ ସ୍ଥିତିକୁ ଆସୁଛି। ମୌସୁମୀ ଦୁର୍ବଳ ହେତୁ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ୭୦ରୁ ଉର୍ଦ୍ଧ୍ବ ରହୁଛି। ସମଗ୍ର ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଛି। ୪ ତାରିଖ ପରେ ସମଗ୍ର ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031