Indus Valley Times

୩/୪ ସପ୍ତାହ ପରେ ବଢ଼ିପାରେ କରୋନା

 Breaking News

୩/୪ ସପ୍ତାହ ପରେ ବଢ଼ିପାରେ କରୋନା

April 28
19:37 2022

ଭୁବନେଶ୍ୱର,୨୮/୪: ପୁଣି ଚିନ୍ତା ବଢ଼ାଇଲା କରୋନା ସଂକ୍ରମଣ । ଆସନ୍ତା ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାର କୋଭିଡ୍ ପାଇଁ ସବୁ ପ୍ରକାର ପ୍ରକ୍ରିୟାକୁ ଆପଣାଇଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟ ସରକାର କରୋନା ସହ ଲଢେଇ ପାଇଁ ପ୍ରସ୍ତୁତ ଅଛନ୍ତି। ସବୁ ଜିଲ୍ଲାରେ କରୋନା ସ୍ଥିତି ଉପରେ କଡ଼ା ନଜର ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏବେ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ୧୦ରୁ ୨୦ ଭିତରେ ରହିଛି। ସକଂମ୍ରଣ ବଢ଼ିଲେ ହସ୍ପିଟାଲ ତୁରନ୍ତ ଖୋଲିବ। ଏହାସହ ଟିକାକରଣ ବଢ଼ାଯାଉଛି। ହେଲେ ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ କଟକଣା ମାନିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ସେହିପରି ଦେଶରେ ୪୬ ଦିନର ବ୍ୟବଧାନ ପରେ ପୁଣି ଦୈନିକ ସଂକ୍ରମଣ ୩ ହଜାର ଟପିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କରୋନା ଜନିତ ମୃତ୍ୟୁ ହାର ବଢ଼ୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଖୁବ୍ ଶୀଘ୍ର ସ୍ଥିତି ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି କରାଯାଉଛି। କେବଳ ଦିଲ୍ଲୀରେ ୫ ହଜାରରୁ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହା ଆହୁରି ଚିନ୍ତା ବଢାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031