Indus Valley Times

୫ ଦିନ ପରେ ନିଜ ଗାଁରୁ ଉଦ୍ଧାର ହେଲେ ନାବାଳକ ଅମ୍ରିତ

 Breaking News

୫ ଦିନ ପରେ ନିଜ ଗାଁରୁ ଉଦ୍ଧାର ହେଲେ ନାବାଳକ ଅମ୍ରିତ

୫ ଦିନ ପରେ ନିଜ ଗାଁରୁ ଉଦ୍ଧାର ହେଲେ ନାବାଳକ ଅମ୍ରିତ
December 19
10:43 2022

ନୟାଗଡ଼,୧୯/୧୨: ୫ ଦିନ ପରେ ମା’ପାଖକୁ ଫେରିଲା ନିଖୋଜ ପୁଅ ଅମୃତ। ମା’ବାପା ପୁଅକୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନିଜ ଗାଁ କୁରାଳ ନିକଟରୁ ଆଜି ସକାଳେ ଅମୃତ ପାତ୍ରଙ୍କୁ ଉଦ୍ଧାର କରାଯାଇଛି।ଅମୃତ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ନିଜ ଗାଁ କୁରାଳ ନିକଟରେ ଅମୃତ ଠିଆ ହୋଇଥିଲେ। ଗ୍ରାମବାସୀ ଅମୃତଙ୍କୁ ଦେଖି ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ପରିବାର ଲୋକେ ପହଞ୍ଚି ଅମୃତଙ୍କୁ ଉଦ୍ଧାର କରିଥିଲେ। ପରେ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ନୟାଗଡ଼ ଏସ୍ପି ଅଲେଖ ଚନ୍ଦ୍ର ପହି କହିଛନ୍ତି, ଅମୃତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ। ସେ କିଛି ଦିନ ହେଲା ଖିଆପିଆ କରିନଥିବା ଜଣାପଡ଼ୁଛି। ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅମୃତ କେଉଁଠି ଥିଲେ, କିଏ ତାଙ୍କୁ ଅପହରଣ କରିଥିଲେ ଏନେଇ ତାଙ୍କୁ ପଚରାଉଚରା କରାଯିବ।
କୁରାଳ ସରପଞ୍ଚ ବିଜନ ପାଇକରାୟ କହିଛନ୍ତି, କୁରାଳ ଗାଁର ପଣ୍ଡିତସାହିର ଏକ ଘର ଭିତରୁ ଅମୃତଙ୍କୁ ଉଦ୍ଧାର କରାଯାଇଛି। ଘର ଭିତରୁ ଆସି ସେ ପାଣି ପାଇଁ ଯାଉଥିବା ଜଣେ ମହିଳାଙ୍କୁ ଡାକିଥିଲେ। ଅମ୍ରିତକୁ ଚିହ୍ନଟ କରିବା ପରେ ଡାକି ଘରେ ବସାଇ ମୋତେ କଲ୍ କଲେ। ଏହାପରେ ଆମେ ସେଠାକୁ ଯାଇ ଅମ୍ରିତକୁ ଉଦ୍ଧାର କଲୁ।
ସେ ଆହୁରି କହିଛନ୍ତି, ଅମୃତଙ୍କୁ ହାତ ବାନ୍ଧି ରଖାଯାଇଥିଲା। ତାଙ୍କୁ ଖାଇବାକୁ ଦିଆଯାଉଥିଲା ବୋଲି ଅମୃତ ମୋତେ କହିଥିଲେ। ଯେଉଁ ଘରୁ ଅମୃତ ଉଦ୍ଧାର ହୋଇଛି ସେହି ଘର ମାଲିକ ରହୁନ ଥିଲେ। ଘର ମାଲିକ ପଞ୍ଜାବରେ ରୁହନ୍ତି, ଚାବି କାହାକୁ ଦେଇଥିଲେ ଜଣାପଡ଼ି ନାହିଁ।
ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ସୁବୁଦ୍ଧି ସାହି ଅମୃତ ଗତ ଗୁରୁବାର ଦିନ ୫ଟା ସମୟରେ ଟ୍ୟୁସନ ହେବା ପାଇଁ ଗାଁ ପାଖକୁ ଯାଇଥିଲେ। ସନ୍ଧ୍ୟା ୭ଟା ୧୫ ମିନିଟ୍ରେ ଅମୃତଙ୍କ ଟ୍ୟୁସନ ଛୁଟି ହୋଇଥିଲା। ସେ ସାଇକେଲ ନେଇ ଘରକୁ ବାହାରିଥିଲେ। ହେଲେ ସେ ଘରକୁ ଫେରି ନ ଥିଲେ। ଟ୍ୟୁସନ ଛୁଟି ହେବା ସମୟ ଗଡ଼ିଯିବାରୁ ଅମୃତଙ୍କ ମା’ ପୁଅକୁ ଖୋଜାଖୋଜି କରିଥିଲେ,ହେଲେ ପାଇ ନଥିଲେ। ପରେ ପୁଅର ସାଇକେଲ ଘରଠୁ ୫୦ ମିଟର ଦୂରରେ ମିଳିଥିଲା। ପୁଅକୁ ଅପହରଣ କରାଯାଇଥିବା ଅମୃତଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନିଖୋଜ ଅମୃତଙ୍କୁ ୫ ଦିନ ହେଲା ଖୋଜାଖୋଜି କରୁଥିଲା। ଆଜି ନିଜ ଗାଁ କୁରାଳରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ଅମୃତ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031