୫ଟି ମେଗା ପ୍ରକଳ୍ପ ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଂଜୁରୀ
![୫ଟି ମେଗା ପ୍ରକଳ୍ପ ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଂଜୁରୀ](http://indusvalleytimes.com/news/wp-content/uploads/2020/09/naveen-patnaik-680x365_c.jpg)
November 05
22:16
2020
ରାଜ୍ୟ ସରକାର ଗୁରୁବାର ଦିନ ୫ଟି ମେଗା ପ୍ରକଳ୍ପ ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଯାହାକି ୯୨ ହଜାର ୭୧୩ କୋଟିର ମେଗା ପ୍ରକଳ୍ପ ଅନୁଷ୍ଠିତ ହେବ । ଫୂଳରେ ସବୁ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୩୧,୯୭୯ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ସବୁଜ ସଂକେତ ଦିଆଯାଇଥିବା ୫ଟି ପ୍ରକଳ୍ପ ହେଲା, ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ବାରର କ୍ଷମତା ସଂପ୍ରସାରଣ, ଜେଏସଏଲର କ୍ଷମତା ସଂପ୍ରସାରଣ, ଏସାର ମିନମେଟର ବେନିଫିସିଏସନ ଓ ପେଲେଟ ପ୍ରକଳ୍ପ, ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ବେନିଫିସିଏସନ ଓ ପେଲେଟ ପ୍ରକଳ୍ପର କ୍ଷମତା ସଂପ୍ରସାରଣ ଓ ସମ୍ବଲପୁରସ୍ଥିତ ଶ୍ୟାମ ମେଟାଲିକ୍ସର କ୍ଷମତା ସଂପ୍ରସାରଣ ପ୍ରକଳ୍ପ ।