Indus Valley Times

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ, ୧୮ ବର୍ଷରୁ କମ୍ ବୟସ୍କ ୩୩ ଜଣ ଶିଶୁ ଓ କିଶୋର

 Breaking News

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ, ୧୮ ବର୍ଷରୁ କମ୍ ବୟସ୍କ ୩୩ ଜଣ ଶିଶୁ ଓ କିଶୋର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ, ୧୮ ବର୍ଷରୁ କମ୍ ବୟସ୍କ ୩୩ ଜଣ ଶିଶୁ ଓ କିଶୋର
January 01
12:02 2022

ଭୁବନେଶ୍ୱର, ୧/୧: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୩ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୮ ଜଣ, ଭଦ୍ରକରୁ ୨ ଜଣ, ବରଗଡ଼ରୁ ୪ ଜଣ, ବଲାଙ୍ଗୀରୁ ୧ ଜଣ, କଟକରୁ ୩୫ ଜଣ, ଦେବଗଡ଼ରୁ ୧ ଜଣ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୯ ଜଣ, ଯାଜପୁରରୁ ୭ ଜଣ, ଝାରସୁଗୁଡ଼ାରୁ ୮ ଜଣ, କେନ୍ଦ୍ରାପଡ଼ାରୁ ୫ ଜଣ, କେନ୍ଦୁଝରରୁ ୮ ଜଣ, ଖୋର୍ଦ୍ଧାରୁ ୧୧୯ ଜଣ, ମୟୂରଭଞ୍ଜରୁ ୬ ଜଣ, ନବରଙ୍ଗପୁରରୁ ୧ ଜଣ, ନୟାଗଡ଼ରୁ ୩ ଜଣ, ପୁରୀରୁ ୧୧ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୧୩ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୨୩ ଜଣ ଓ ଷ୍ଟେଟ ପୁଲରୁ ୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର‌୍ୟ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୫ ହଜାର ୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୪ ହଜାର ୮୦୩ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧ ହଜାର ୮୧୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30