Indus Valley Times

ୟୁକ୍ରେନ ଉପରେ ରୁଷର ନିଶ୍ଚିତ ଆକ୍ରମଣ: ବାଇଡେନ୍‌

 Breaking News

ୟୁକ୍ରେନ ଉପରେ ରୁଷର ନିଶ୍ଚିତ ଆକ୍ରମଣ: ବାଇଡେନ୍‌

ୟୁକ୍ରେନ ଉପରେ ରୁଷର ନିଶ୍ଚିତ ଆକ୍ରମଣ: ବାଇଡେନ୍‌
February 19
21:42 2022

ଭୁବନେଶ୍ୱର,୧୯/୨: ୟୁକ୍ରେନ୍ ଉପରେ ଖୁବ୍ ଶିଘ୍ର ଆକ୍ରମଣ କରିପାରେ ରୁଷିଆ । ଆଉ ଏହି ଆକ୍ରମଣ ଶୀତଳ ଯୁଦ୍ଧ ସମୟରେ ହୋଇଥିବା ଆକ୍ରମଣଠାରୁ ବହୁମାତ୍ରାରେ ଅଧିକ ହେବ ବୋଲି ଆକଳନ କରୁଛି ଆମେରିକା । ଅନ୍ୟପଟେ ରୁଷିଆ କହୁଛି ୟୁକ୍ରେନ୍ ଉପରେ ଆକ୍ରମଣ କରିବାର କୌଣସି ଯୋଜନା ନାହିଁ । କିନ୍ତୁ ୟୁକ୍ରେନ୍ ନାଟୋରେ ମିଶୁ ବୋଲି ରୁଷିଆ ଚାହୁଁ ନାହିଁ ।
ରୁଷିଆର ଗତିବିଧି ଦେଖି ଆମେରିକା ଦାବି କରୁଛି ଯେ ଗୋଟେ ସପ୍ତାହ ଭିତରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିରି ପୁଟ୍ଟିନ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିବାକୁ ଅନୁମତି ଦେଇପାରନ୍ତି ।
ୟୁକ୍ରେନ୍ ସୀମରରେ ରୁଷିଆ ବହୁସଂଖ୍ୟାରେ ସୈନ୍ୟ ମୁତୟନ କରୁଛି ।
ୟୁକ୍ରେନ୍ ସୀମାରେ ରୁଷିଆର ସେନା ଛାଉଣି ନେଇଆମେରିକା ଏକ ଫଟୋ ସେୟାର କରିଛି । ଯେଉଁଥିରେ ଜଣାପଡି ରୁଷିଆ ୟୁକ୍ରେନ୍ ସୀମାରେ ଅଗ୍ନୀବର୍ଷି ବିମାନ, ପଦାଧିବାହୀନିଙ୍କ ଲଢ଼ୁଆ ଗାଡି ବିଏମ୍‌ଡି-୨ ଏପିସି ସ୍ଥାପିତ କରାଯାଇଛି । ତା’ସହ ବହୁ ସଂଖ୍ୟାରେ ପାରାଚୁଟ ରଖାଯାଇଛି ।
ଆମେରିକା ଜାରି କରିଥିବା ଫଟୋରେ ଦେଖାଦେଇଛି ଯେ ରୁଷିଆ ଯୁଦ୍ଧ ବିମାନ, ଏୟାର ଡଫେନ୍ସ ୟୁନିଟି, ନାମ ନଥିବା ଏରିଏଲ୍ ଗାଡି,ଖାରନାକ୍ ଫାଇଟର ଜେଟ୍ କୁ ୟୁକ୍ରେନ୍ ସୀମାରେ ପ୍ରସ୍ତତ କରି ରଖିଛି ।
ସାଟେଲାଇଟ୍ ଫଟୋରୁ ଜଣାପାଡିଛି ଯେ ରୁଷ ସୁଖୋଇ-୨୫ ସ୍ଥଳଭାଗରୁ ଆକ୍ରମଣ କରିପାରୁଥିବା ଯୁଦ୍ଧ ବିମାନ ତା’ସହ ଯୁଏଭି ଯାହା ସ୍ଥଳଭାଳଗୁ ଆକ୍ରମଣ କରିପାରୁଥିବା ଅସ୍ତ୍ରଶସ୍ତ୍ର ପ୍ରସୃତ କରି ରଖିଛି ବେଲୁରୁ ଠାରେ । ୟୁକ୍ରେନ୍ ସୀମାରୁ ବେଲୁରୁ ମାତ୍ର ୫୦ କିଲୋମିଟର ଦୂରରେ ଅବସ୍ଥିତି ।
ଆହୁରି ମଧ୍ୟ ସେଟେଲାଇଟ୍ ଫଟୋରୁ ଜଣାପଡିଛି ଯେ ରୁଷିଆର ସକ୍ତିଶାଳି ସୁଖୋଇ ସୁ-୨୫ । ଏହା ରୁଷିଆରେ ନିର୍ମିତ ସବୁଠାରୁ ଶକ୍ତିଶାଳି ଯାହା ସେଟେଲାଇଟ୍‌ରେ ଦେଖି ସ୍ତଳଭାଗକୁ ଆକ୍ରମଣ କରିଥାଏ ।
ରୁଷର ଏହି ପ୍ରସୃତିକୁ ଦେଖି ଆମେରିକା କହୁଛି ରୁଷ ଗୋଟେ ବଡ଼ଧରଣା ଯୁଦ୍ଧ କରିବାକୁ ପ୍ରସୃତ କରୁଛି । ରୁଷ ଯଦି ଯୁଦ୍ଧକରେ ତାହାର ପରିଣାମ ତାକୁ ଭୋଗିବାକୁ ପଡିବ ବୋଲି ଚେତାବନି ଦେଇଛି ଆମେରଶକା ରାଷ୍ଟ୍ରପତି ଜୋ ବାଇଡେନ୍ । ଅନ୍ୟପଟେ ୟୁକ୍ରେନ୍ର ରାଷ୍ଟପତି ଭୋଲୋଡାମିର ଜେଲେସ୍କି ସମର୍ଥର୍ନ ଯୋଗାଡ ପାଇଁ ପାଶ୍ଚାତ୍ୟ ଦେଶକୁ ଯାତ୍ରା କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30