Indus Valley Times

ଆଦାନି କମ୍ପାନୀ ଜରିଆରେ ଦେଶକୁ ଲୁଟିଛି ମୋଦୀ ସରକାର, ମାର୍ଚ୍ଚରେ କଂଗ୍ରେସ ପକ୍ଷରୁ ହେବ ବ୍ୟାପକ ଘେରାଉ

 Breaking News

ଆଦାନି କମ୍ପାନୀ ଜରିଆରେ ଦେଶକୁ ଲୁଟିଛି ମୋଦୀ ସରକାର, ମାର୍ଚ୍ଚରେ କଂଗ୍ରେସ ପକ୍ଷରୁ ହେବ ବ୍ୟାପକ ଘେରାଉ

February 24
22:22 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୪/୨: ସଂପ୍ରତି ଦେଶରେ ଘୋଟାଲା ସରକାର ଚାଲିଛି । ଆଦାନୀ ଭଳି କମ୍ପାନୀମାନଙ୍କ ଜରିଆରେ ଦେଶର କୋଟି କୋଟି ଟଙ୍କାକୁ ଲୁଟ କରାଯାଇଛି । ଲୁଟ କମ୍ପାନୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ କେନ୍ଦ୍ର ସରକାର ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅଭିଯୋଗ କରାଯିବା ସହିତ ଏହାର ପ୍ରତିବାଦରେ ଆସନ୍ତା ମାର୍ଚ୍ଚ ମାସରେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାର ବିରୋଧରେ ବ୍ୟାପକ ଘେରାଉ କାର୍ଯ୍ୟକ୍ରମ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରର କମ୍ପାନୀ ପ୍ରିତି ଯୋଗୁଁ ଦେଶବାସୀ ଲୁଟର ଶିକାର ହେଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ସହିତ ନିଜର କଷ୍ଟୋପାର୍ଜିତ ସଂଚିତ ପୁଂଜି ଖଟାଇ ଷ୍ଟେଟବ୍ୟାଙ୍କ,ଜୀବନ ବୀମା ଭଳି ସଂସ୍ଥାରେ ବିନେିଯୋଗ କରିଥିବାବେଳେ ଆଜି ସେମାନେ ବିପୁଳ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । କିନ୍ତୁ ଦେଶର ସରକାର କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ନିରବ ଦ୍ରଷ୍ଟା ସାଜିଛି ।
ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ସୁସ୍ଥ ରାଜନିତୀକୁ ଜଳାଞ୍ଜଳୀ ଦେଇ କେନ୍ଦ୍ର ସରକାର ବିରୋଧୀ ଦଳର ନେତାମାନଙ୍କ ବିରୋଧରେ ଇଡି,ସିବିଆଇ ଭଳି ସଂସ୍ଥା ଦ୍ୱାରା ତଦନ୍ତ ନାମରେ ଭୟଭୀତ କରୁଥିବାବେଳେ ଦେଶର କୋଟି କୋଟି ଲୋକଙ୍କ ଅର୍ଥ ହଡପ କରିଥିବା ଏବଂ ବ୍ୟାଙ୍କ ଗୁଡିକରୁ କୋଟି କୋଟି ଟଙ୍କାର ଋଣ ନେଇଥିବା କମ୍ପାନିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଛଘୁଞ୍ଚା ଦେଉଥିବା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।
ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଜିଲ୍ଲାସ୍ତରରେ ବିକ୍ଷୋଭ ପ୍ରଦର୍ଶନ ଏବଂ ମାର୍ଚ୍ଚ ୧୩ ତାରିଖରେ ବିଧାନ ସଭା ଘେରାଉ କାର୍ଯ୍ୟକ୍ରମରେ ବୌଦ୍ଧଜିଲାରୁ ବହୁ ସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀ ସାମିଲ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳୀୟ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ଯୁବନେତା ଜିତେନ ପଟ୍ଟନାୟକ ,ପ୍ରଶାନ୍ତ କୁମାର ସାହୁ,ଦଳୀୟ ମୁଖପାତ୍ର ଶାନ୍ତନୁ କୁମାର ମହାପାତ୍ର,ଉପସଭାପତି ସମରେଶ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।
ବୌଦ୍ଧ ରଘୁନାଥ ମନ୍ଦିର ପରିଚାଳନା କମିଟି ଗଠିତ
ବୌଦ୍ଧ, ୨୪/୨: ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ସହରରେ ରହିଥିବା ମନ୍ଦିର ଗୁଡିକର ବିକାଶ କାର୍ଯ୍ୟକୁ ଗୁରୁତ୍ୱ ପ୍ରଦାନ କରି ଉନ୍ନୟନ କାର୍ଯ୍ୟ ସମୀକ୍ଷା ଆରମ୍ଭ ହୋଇଛି । ନିଜେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ମନ୍ଦିର ଗୁଡିକ ବୁଲି ପରିସ୍ଥିତି ଅନୁଧ୍ୟାନ କରିବାପରେ ସମସ୍ତ ପ୍ରମୁଖ ମନ୍ଦିରର ପରିଚାଳନା କମିଟିକୁ ପୁନର୍ଗଠିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମର୍ମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସମସ୍ତ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନଙ୍କୁ ଚିଠି କରାଯାଇ ସେମାନଙ୍କ ନିକଟରେ ଥିବା ହିସାବପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ପରିପ୍ରେକ୍ଷିରେ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର,ଚନ୍ଦ୍ରଚୂଡ ମନ୍ଦିର,ମାତଙ୍ଗେଶ୍ୱର ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ ହୋଇସାରିଥିବାବେଳେ ଗୁରୁବାର ଦିନ ରଘୁନାଥ ମନ୍ଦିର ପାଇଁ ମଧ୍ୟ ପରିଚାଳନା କମିଟି ଗଠନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଅନୁଷ୍ଠିତ ବୈଠକରେ ୧୯୧୩ ମସିହାରେ ନିର୍ମିତ କରାଯାଇଥିବା ରଘୁନାଥ ମନ୍ଦିରର ଉନ୍ନୟନ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇଥିଲା । ମନ୍ଦିର ପରିସରରେ ରଘୁନାଥ ମନ୍ଦିର ଉନ୍ନୟନ କମିଟି ଓ ରାମଲୀଳା ନାଟ୍ୟସଂସଦ ଦୁଇଟି ପ୍ରମୁଖ ଅନୁଷ୍ଠାନ କାର୍ଯ୍ୟ କରୁଥିବାବେଳେ ଉଭୟ କମିଟିରୁ କିଛି ସଦସ୍ୟ ଓ ସହରର କିଛି ବୁଦ୍ଧଜିବୀଙ୍କୁ ନେଇ ନୂତନ ପରିଚାଳନା କମିଟି ଗଠନ କରାଯିବାକୁ ସହମତି ପ୍ରକାଶ ପାଇଥିଲା । ଉପଜିଲ୍ଲାପାଳ କମିଟିର ମୁଖ୍ୟ ଟ୍ରଷ୍ଟି ଓ ଏନଏସି ଅଧ୍ୟକ୍ଷ କମିଟିର ସ୍ଥାୟୀ ସଦସ୍ୟ ଭାବରେ ଦାୟିତ୍ୱ ନିର୍ବାହ କରିବେ ।
ସେହିପରି ବୈଠକରେ ସର୍ବସମ୍ମତିକ୍ରମେ ପୂର୍ବତନ ନଗରପାଳ ନିବାସ ଚନ୍ଦ୍ର ଦାନୀ,ବଣିକ ସଂଘ ସଭାପତି ସୁବାଶ ଚନ୍ଦ୍ର ସାହୁ,ବରିଷ୍ଠ ଆଇନଜିବୀ ଅଶୋକ ମିଶ୍ର,ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶଶାଙ୍କ ଶେଖର ମିଶ୍ର,ରଞ୍ଜିତ ମହାପାତ୍ର,ଲମ୍ବୋଦର ପୁରୋହିତ,ଶ୍ରୀନିବାସ ମିଶ୍ର,ରାମଲୀଳା ନାଟ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ଜୟନାରାୟଣ ମହାନ୍ତି,ସଂପାଦକ ମନୋଜ କୁମାର ସାହୁ,ମାନସ କୁମାର ମିଶ୍ର ଓ ପୂଜକ ରାକେଶ କୁମାର ପଣ୍ଡାଙ୍କୁ ପୁନର୍ଗଠିତ କମିଟିର ସଦସ୍ୟ ଭାବରେ ମନୋନୀତ କରାଯାଇଥିଲା । ଶେଷରେ ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର ନୂତନ କମିଟି ତୁରନ୍ତ ବୈଠକ ଡାକି ମନ୍ଦିରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅନୁରୋଧ କରିବା ସହିତ ଶାନ୍ତି ଶୃଙ୍ଖଳାର ସହିତ କମିଟି ଗଠନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ ଉପସ୍ଥିତ ଥିଲେ ।
ମୋବାଇଲ ସେବା ଅଚଳ , ଗ୍ରାହକ ହନ୍ତସନ୍ତ
ବୌଦ୍ଧ,୨୪/୨: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ଶଙ୍କୁଲୋଇ, ଛତ୍ରଙ୍ଗ ଓ ହରଭଙ୍ଗା ପଞ୍ଚାତରେ ଦୀର୍ଘ ୬ ଦିନ ହେଲା ବିଏସଏନଲ ମୋବାଇଲ ସେବା ଅଚଳ ହୋଇଥିବା ଜଣାପଡିଛି । ଫଳରେ ଗ୍ରାହକ ମାନେ ହନ୍ତସନ୍ତ ହେଉଥିବା ଜଣାପଡିଛି । ହରଭଙ୍ଗା ବ୍ଳକର ଉକ୍ତ ଅଞ୍ଚଳରେ ଟେଲିଫୋନ ସେବା କେବଳ ସବୁ ଗ୍ରାମରେ ବିଏସଏନଲ କଂପାନୀର ଅଛି ।
ଗ୍ରାହକ ମାନେ ଏହି କଂପାନୀର ସେବା ଦିର୍ଘ ଦିନ ହେବ ପାଇଆସୁଅଛନ୍ତି । ଫଳରେ ଗ୍ରାହକ ମାନେ ଏହାର ସେବା ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଦୀର୍ଘ ୬ ଦିନ ସେହି ସେବା ଅଚଳ ହୋଇପହିଛି । ଏନେଇ ପାଣଗଣ୍ଡା କିମିଟିର ସଦସ୍ୟ ତଥା ପୂର୍ବତନ ଶଙ୍କୁଲୋଇ ସରପଞ୍ଚ ସନ୍ତୋଷ କୁମାର ବେହେରା ହରଭଙ୍ଗା ବିଡିଓଙ୍କୁ ଅଭିଯୋଗ କରିବା ସହ ତୁରନ୍ତ ଜିଲ୍ଲାପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।
ଆମ ହସ୍ପିଟାଲ ଯୋଜନାରେ ବୌଦ୍ଧଜିଲ୍ଲାର ଦୁଇ ଡାକ୍ତରଖାନା
ବୌଦ୍ଧ,୨୪/୨: ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ୫ଟି ନିତିରେ ଆମ ହସ୍ପିଟାଲ ଯୋଜନାରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଡାକ୍ତରଖାନାକୁ ସାମିଲ କରାଯାଇଛି । ଏହି ଯୋଜନାରେ ବୌଦ୍ଧଜିଲ୍ଲାର ଦୁଇଟି ଡାକ୍ତରଖାନାକୁ ସାମିଲ କରାଯାଇଛି । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଣ୍ଟାମାଳ ଡାକ୍ତରଖାନାକୁ ଏହି ଯୋଜନାରେ ସାମିଲ କରାଯାଇଥିବା ଜଣାପଡିଛି । ସାମିଲ ହେବା ପରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ହୋଇପାରିବ ଓ ସ୍ୱାସ୍ଥ୍ୟ ସେବାର ଭିତ୍ତି ଭୁମି ଆହୁରୀ ଅଧିକ ସୁଦୃଢ ହେବ ବୋଲି ଆଶା କରାଯାଉଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031