Indus Valley Times

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ: ‘ନୟାଗଡ଼ ଉନ୍ନତୀ ଓ ବିକାଶରେ ଅରୁଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

 Breaking News

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ: ‘ନୟାଗଡ଼ ଉନ୍ନତୀ ଓ ବିକାଶରେ ଅରୁଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

October 02
19:16 2023

ବିଶ୍ୱ ଭୂଶଷ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨/୧୦ : ୧୯୬୬ ମସିହାରୁ ମୁଁ ନୟାଗଡ଼ରେ ରହି ଆସୁଛି । ନୟାଗଡ଼ର ପ୍ରତିଟି ପରିବର୍ତ୍ତନକୁ ମୁଁ ଆଖି ଆଗରେ ଦେଖିଛି । ନୟାଗଡ଼ର ଅଭିବୃଦ୍ଧି ୮୦ ଗୁଣ ବୃଦ୍ଧି ପାଇଛି ।
କେବଳ ଅରୁଣ ସାହୁଙ୍କ ପାଇଁ ନୟାଗଡ଼ର ଏଭଳି ପରିବର୍ତ୍ତନ ହୋଇଛି । ୨୦୧୦ ମସିହାରେ ବରିଷ୍ଠ ନାଗରିକଙ୍କୁ ନେଇ ନୟାଗଡ଼ରେ ଏଲଡର୍ସ ଭିଜନ୍ ଆଣ୍ଡ ଆକ୍ସନ ଗ୍ରୃପ ସେ ଗଠନ କରିଥିଲେ ।
ବୟସ୍କ ବ୍ୟକ୍ତିମାନେ ସମାଜର ପ୍ରତ୍ୟେକ କାର୍ଯ୍ୟରେ ସାମିଲ ହେବା ଅରୁଣଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଆଜି ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱନାଥ ସାହୁ କହିଛନ୍ତି । ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଯୁକ୍ତ ସାହୁ ତାଙ୍କ ମତ ରଖିଛନ୍ତି ।
ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତି କରଣ ବିଭାଗ, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ, ଏଲଡର୍ସ ଭିଜନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଡାଇମଣ୍ଡ ଜୁବୁଲି ହଲରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ରହିଥିଲେ।
ନୟାଗଡ଼ରେ ଦୁଇଟି ନୂତନ ବ୍ୟାଟେରୀ ଚାଳିତ ବ୍ୟବସ୍ଥା କରିବା କରାଯିବ ବୋଲି ମୁଖ୍ୟ ଅତିଥି ନୟାଗଡ଼ ବିଧାୟକ ଡ. ସାହୁ କହିଥିଲେ। ଅନେକ ଉଦାହରଣ ଦେଇ ବୃଦ୍ଧାଶ୍ରମର ଅନ୍ୟାବଶ୍ୟକତା ସଂପର୍କରେ କହିଥିଲେ। ବାପା ଓ ମାଆଙ୍କୁ ହତାଦର କରୁଥିବା ଶିକ୍ଷିତ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ କିଭଳି ପରିବର୍ତ୍ତନ ହେବେ ସେ ନେଇ ମତ ରଖିଥିଲେ।
କୌଣସି ସ୍ଥାନରେ ବରିଷ୍ଠ ନାଗରିକଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ। ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମୀ ସେବା ଯୋଗାଇଥିଲେ।

About Author

indadmin

indadmin

Related Articles

Archives

Calendar

January 2025
M T W T F S S
 12345
6789101112
13141516171819
20212223242526
2728293031