Indus Valley Times

କଂସ ଦରବାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

 Breaking News

କଂସ ଦରବାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

January 12
22:13 2025

ବରଗଡ଼,୧୨/୧ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା-୨୦୨୫ ଦେଖିଛନ୍ତି। ଏଥି ସହିତ ସେ ଗତବର୍ଷ ଡିସେମ୍ବର ୮ ତାରିଖରେ ବରଗଡ଼ ଜିଲ୍ଲା ସୋହେଲା ଠାରେ ଇନ୍‌ପୁଟ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ ଅବସରରେ‌ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଧନୁଯାତ୍ରା ପାଇଁ ମଥୁରାନଗରୀ (ବରଗଡ଼)ର ମୁଖ୍ୟ ରାସ୍ତାରେ ହାତୀ ଉପରେ ବସି ମୁଖ୍ୟ ମଞ୍ଚକୁ ଯିବା ସମୟରେ ଜନସାଧାରଣଙ୍କୁ ଅଭିବାଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ହାତୀ ଉପରେ ବସିଥିବାର ବିରଳ ଦୃଶ୍ୟ ଜନସାଧାରଣଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଦେଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଏଠାରେ ଦର୍ଶକଙ୍କୁ ନିରାଶ କରି ନାହାନ୍ତି। ସେ ହାତ ହଲାଇ, ନମସ୍କାର କରିବା ସହି ଦର୍ଶକଙ୍କୁ ଅଭିବାଦନ ଜଣାଇଛନ୍ତି।
ଦୀର୍ଘ ବର୍ଷର ବ୍ୟବଧାନ ପରେ ବରଗଡ଼ର ଧନୁଯାତ୍ରାରେ ଦର୍ଶକମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ପାଇଛନ୍ତି। ‌ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରସିଦ୍ଧ ଯାତ୍ରାରେ ସାମିଲ ହେବା ପାଇଁ ନିଜେ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବରଗଡ଼ ଧନୁଯାତ୍ରା କମିଟି ମହଲରେ ଖୁସିର ଲହରି ଦେଖାଯାଇଥିଲା।
ଏହାର କାରଣ ହେଲା ଦୀର୍ଘ ୨୪ ବର୍ଷର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଧନୁଯାତ୍ରାରେ ଯୋଗଦେଇଛନ୍ତି। ବରଗଡ଼ ଧନୁଯାତ୍ରାରେ ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୨ରେ ଯୋଗ ଦେଇଥିଲେ। ସେହିପରି ୧୯୯୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ୧୯୭୦ରେ ରାଜେନ୍ଦ୍ର ନାରାୟଣ ସିଂହଦେଓ ବରଗଡ଼ ଧନୁଯାତ୍ରାରେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, ଚଳିତ ମାସ ୩ ତାରିଖ ଠାରୁ ଧନୁଯାତ୍ରା ଆରମ୍ଭ ହୋଇଛି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଦ୍ବାପର ଯୁଗର କଥାବସ୍ତୁ ଉପରେ ଆଧାରିତ ଭଗବାନ ବିଷ୍ଣୁଙ୍କ ଲୀଳାଖେଳା ଉପରେ ପର‌୍ୟ୍ୟବେସିତ ୧୩ ଦିବସୀୟ ଧନୁଯାତ୍ରା ଆସନ୍ତାକାଲି (ସୋମବାର) ପୌଷପୂର୍ଣ୍ଣିମା) ଅବସରରେ ଉଦ୍‌ଯାପନ ହେବ। ଏହାରି ମଧ୍ୟରେ ମହାରାଜ କଂସଙ୍କ ସଂଳାପରେ ଗଗନ ପବନ ପ୍ରକମ୍ପିତ ହୋଇଛି। ବରଗଡରେ ମହାରାଜ କଂସଙ୍କ ରାଜୁତି ଚାଲିଛି।
ମୁଖ୍ୟମନ୍ତ୍ରୀ ଧନୁଯାତ୍ରା ଦେଖିବା ଯେତିକି ବଡ଼ କଥା ନୁହେଁ। ଦୀର୍ଘ ବର୍ଷର ବ୍ୟବଧାନ ପରେ ଏହି ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚରେ ଉପସ୍ଥିତ ରହିବା ହେଉଛି ଗୁରୁତ୍ବପୂର୍ଣ୍ଣ ବିଷୟ। ପଶ୍ଚିମ ଓଡ଼ିଶାରେ ସମ୍ବଲପୁରର ଶୀଳତ ଷଷ୍ଠୀ ପରେ ବରଗଡ଼ର ଧନୁଯାତ୍ରା ହେଉଛି ଅନ୍ୟତମ ବିଶାଳ ଆୟୋଜନ, ଯେଉଁଠି ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଥାଏ। ଏଗାର ଦିନ ଧରି ଜାରି ରହୁଥିବା ଏହି ଯାତ୍ରାରେ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ଲୋକଙ୍କର ମଧ୍ୟ ଉପସ୍ଥିତି

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31