Indus Valley Times

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବୌଦ୍ଧ ଗସ୍ତ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

 Breaking News

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବୌଦ୍ଧ ଗସ୍ତ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବୌଦ୍ଧ ଗସ୍ତ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା
October 04
16:24 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୧୦ : ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ରା ଯାଦବ ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଜସ୍ୱ କମିଶନର ଶ୍ରୀଯୁକ୍ତ ଯାଦବ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଡାକି ସଂପୃକ୍ତ ବିଭାଗର କାର୍ଯ୍ୟ ସଂପର୍କରେ ପଚାରି ବୁଝିଥିଲେ ।
ଉକ୍ତ ବିଭାଗ ଗୁଡିକର ଅଫିସ ରେଜିଷ୍ଟର ଗୁଡିକୁ ଦେଖିବା ସହିତ ବିଭିନ୍ନ ପରାମର୍ଶ ଦେଇଥିଲେ । ପରେ ରାଜସ୍ୱ କମିଶନର ଶ୍ରୀ ଯାଦବ ତିନିଶହ ଶଯ୍ୟାବିଶିଷ୍ଟ ନିର୍ମାଣାଧିନ ଚିକିତ୍ସାଳୟ ସଂପର୍କରେ ସମୀକ୍ଷା କରିବା ସହିତ ନିର୍ମାଣ କାର୍ଯ୍ୟ ତୁରନ୍ତ ସମାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏଥିସହିତ ଜିଲାରେ ରାଜସ୍ୱ ଓ ପୁଲିସ ପ୍ରଶାସନ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ରାଜସ୍ୱ କମିଶନର ଶ୍ରୀଯାଦବ ପରାମର୍ଶ ଦେବା ସହିତ ଜିଲା ମଙ୍ଗଳ,ଜଳସଂପଦ,ପ୍ରାଣୀଧନ ଚିକିତ୍ସା, ଉଠାଜଳସେଚନ,ଶିକ୍ଷା,ଜାତୀୟ ରାଜପଥ,ଅବକାରୀ,ବିଦ୍ୟୁତ,ମେଗା ଉଠାଜଳସେଚନ,କୃଷି,କ୍ଷୁଦ୍ର ଜଳସେଚନ,ବୟନ ଶିଳ୍ପ,ମୃତ୍ତିକା ସଂରକ୍ଷ.ପୁର୍ତ୍ତ ଓ ସ୍ୱାସ୍ଥ୍ୟ ବିଭାଗ ସଂପର୍କରେ ସମୀକ୍ଷା କରିଥିଲେ ।
ଏହାବ୍ୟତୀତ ଜିଲାପରିଷଦ ପକ୍ଷରୁ ରାସ୍ତା,ସେତୁ ଓ କୋଠାବାଡି ନିର୍ମାଣରେ ଖର୍ଚ୍ଚ ହୋଇଥିବା ଅନୁଦାନ ଓ ପ୍ରକଳ୍ପ ସଂପର୍କରେ ପଚାରି ବୁଝିଥିଲେ । ପୁର୍ତ୍ତ ବିଭାଗ ରାସ୍ତା ଓ ସେତୁ ନିର୍ମାଣ ଉପରେ ବାରମ୍ବାର ସମୀକ୍ଷା କରିବାକୁ ଜିଲାପାଳଙ୍କୁ ରାଜସ୍ୱ କମିଶନର ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଜିଲାପାଳ ସୁବ୍ରତ କୁମାର ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସପି ନାଗରାଜ ଦେୱରକୋଣ୍ଡା,ଜିଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ,ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031