Indus Valley Times

ବ୍ରହ୍ମପୁରରୁ ଓ୍ବାୟନାଡ ଗଲା ସନ୍ଧାନୀ କୁକୁର ଷ୍ଟର୍ମ, ପାଣିରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜି ବାହାର କରିବ

 Breaking News

ବ୍ରହ୍ମପୁରରୁ ଓ୍ବାୟନାଡ ଗଲା ସନ୍ଧାନୀ କୁକୁର ଷ୍ଟର୍ମ, ପାଣିରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜି ବାହାର କରିବ

August 04
17:30 2024

କେରଳ, ୪/୮ : କେରଳ ୱାୟନାଡରେ ଭୂ-ସ୍ଖଳନର ମହାବିପର୍ଯ୍ୟୟ ପରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ସେଠାକୁ ଯାତ୍ରା କରିଛି ବ୍ରହ୍ମପୁର ପୁଲିସର ସନ୍ଧାନୀ କୁକୁର ଷ୍ଟର୍ମ। ତା’ ସହିତ ୪ ଜଣ ଅଧିକାରୀ ମଧ୍ୟ ସେଠାକୁ ଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀ। ସେମାନେ ରେଳ ଯୋଗ ସେଠାକୁ ଯାଉଥିବା କହିଛନ୍ତି ଏସ୍‌ପି।
ଭୂସ୍ଖଳନର ୬ ଦିନ ପରେ ବି ୱାୟନାଡରେ ସରିନି ମାଟି ଓ ପଥର ତଳୁ ଜୀବନ ଖୋଜା। ଅହରହ ଚାଲିଛି ରେସକ୍ୟୁ ଅଭିଯାନ। ଆଉ ବଢୁଛି ମୃତ୍ୟୁସଂଖ୍ୟା। ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ ଶହ ଶହ ଲୋକ ଏବେବି ନିଖୋଜ ଅଛନ୍ତି। ଆଶଙ୍କା କରାଯାଉଛି ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ।
ସେନା, ଏନ୍‌ଡିଆରଏଫ ସମେତ ବିଭିନ୍ନ ସଂସ୍ଥା ଓ ସ୍ୱେଚ୍ଛାସେବୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଡିପ୍ ସର୍ଚ୍ଚ ରାଡାର ଯୋଗେ ସର୍ଚ୍ଚ ଅପରେସନ୍ ବି ଚାଲିଛି। ଏହି ରାଡାର ଭୂପୃଷ୍ଠରୁ ୮୦ ମିଟର ଗଭୀରତା ଯାଏ ମଣିଷ ଫସିଥିବା ନେଇ ସନ୍ଧାନ କରିପାରେ।
ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ସହ ପୁନରୁଦ୍ଧାର କାମ ଚାଲିଛି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଦୁର୍ଗମ ଅଞ୍ଚଳରୁ ଚାଲିଛି ଏୟାରଲିଫ୍ଟ। ପ୍ରଭାବିତ ଅଞ୍ଚଳରେ ୧୩ ଶହରୁ ଅଧିକ ଲୋକ ରେସକ୍ୟୁ ଅପରେସନରେ ଲାଗିଛନ୍ତି।
ଭୂସ୍ଖଳନ ମହାବିପର୍ଯ୍ୟୟରେ ଛାରଖାର ହୋଇଯାଇଛି ୱାୟନାଡ୍‌ର ଚୁରଲମାଲା, ମୁଣ୍ଡାକାଇ ଓ ପୁଞ୍ଚୁରି ମାଟମ୍। ଏହି ସବୁ ସ୍ଥାନ ଧ୍ୱଂସସ୍ତୁପ ପାଲଟି ଯାଇଛି। ଭୂସ୍ଖଳନରେ ସବୁଠୁ ବେଶି ପ୍ରଭାବିତ ହୋଇଛି ମେପ୍ପାଡି ପାହାଡ଼ ନିକଟରେ ଥିବା ମୁଣ୍ଡାକାଇ ଗାଁ। ସେହିପରି ପୁଞ୍ଚୁରି ମାଟମରେ ମଧ୍ୟ ଅନେକ ଘର ମାଟିରେ ମିଶିଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031