Indus Valley Times

ଏଥର ପୂର୍ଣ୍ଣାଙ୍ଗ ମୂର୍ତ୍ତି ସହ ଧୁମଧାମ୍‌ରେ ପାଳନ ହେବ ଦଶହରା

 Breaking News

ଏଥର ପୂର୍ଣ୍ଣାଙ୍ଗ ମୂର୍ତ୍ତି ସହ ଧୁମଧାମ୍‌ରେ ପାଳନ ହେବ ଦଶହରା

ଏଥର ପୂର୍ଣ୍ଣାଙ୍ଗ ମୂର୍ତ୍ତି ସହ ଧୁମଧାମ୍‌ରେ ପାଳନ ହେବ ଦଶହରା
August 29
11:41 2022

କଟକ,୨୯/୮: ଏଥର ଜାକଯମକରେ ହେବ ଦଶହରା। ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ କଟକର ପ୍ରସିଦ୍ଧ ଦଶହରା ପାଳନରେ କଟକଣା ଥିଲା। କିନ୍ତୁ ଏଥର ପୂର୍ବ ବର୍ଷ ଭଳି ପୂର୍ଣ୍ଣାଙ୍ଗ ମୂର୍ତ୍ତି ସହ ଧୁମ୍ଧାମରେ ଦଶହରା ପାଳନ ହେବ। ଏନେଇ କଟକ ମହାନଗର ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି।
ଦଶହରା ପୂର୍ବରୁ ସହରର ସମସ୍ତ ରାସ୍ତାଘାଟ ମରାମତି କାର୍ଯ୍ୟ ସାରିବା, ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଓ ପାଣି ଯୋଗାଇବା ପାଇଁ ଶାନ୍ତି କମିଟି ପକ୍ଷରୁ ପ୍ରଶାସନ ନିକଟରେ ପ୍ରସ୍ତାବ ରଖାଯାଇଛି।
ଅନ୍ୟପଟେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡି ପାଇଁ ଅନୁମତି ସହ ଭଷାଣୀରେ ସାରା ରାତି ଡାକବାଜି ଯନ୍ତ୍ର ବଜାଇବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ପୂଜା ସମୟରେ ହେଲମେଟ୍ ଚେକିଂ ସହିତ ଗାଡ଼ି ମଟର ଚେକିଂ କୋହଳ କରିବାକୁ ଶାନ୍ତି କମିଟି କମିଶନରେଟ୍ ପୁଲିସକୁ ପ୍ରସ୍ତାବ ଦେଇଛି।
ଆସନ୍ତା ଅକ୍ଟୋବର ୧ରୁ ପୂଜା ଆରମ୍ଭ ହୋଇ ୬ ତାରିଖରେ ଭଷାଣୀ ଶୋଭାଯାତ୍ରା କରାଯିବ। ଗତକାଲି ବସିଥିବା ବୈଠକରେ କଟକ ଜିଲ୍ଲାର ସମସ୍ତ ନିର୍ବାଚିତ ପ୍ରତିନିଧି, ରାଜନୈତିକ ଦଳର ନେତା, ଜିଲ୍ଲାପାଳ, ପୁଲିସ କମିଶନର,ଡିସିପିଙ୍କ ସମେତ ଶାନ୍ତି କମିଟିର କର୍ମକର୍ତ୍ତା ସହିତ ସମସ୍ତ ପୂଜାମଣ୍ଡପ କର୍ମକର୍ତ୍ତା ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031