Indus Valley Times

ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା, ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ମାଗିଲେ ରାଜସ୍ଵ ମନ୍ତ୍ରୀ

 Breaking News

ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା, ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ମାଗିଲେ ରାଜସ୍ଵ ମନ୍ତ୍ରୀ

ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା, ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ମାଗିଲେ ରାଜସ୍ଵ ମନ୍ତ୍ରୀ
October 05
18:36 2024

ଭୁବନେଶ୍ୱର, ୫/୧୦ : ଆରଆଇ ଏବଂ ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ସହିତ ପରୀକ୍ଷାରେ ବିଭ୍ରାଟ ନେଇ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ରିପୋର୍ଟ ମାଗିଛନ୍ତି ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ପରୀକ୍ଷା ହୋଇଥିବା ବିଭ୍ରାଟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଯେଉଁ ଅଭିଯୋଗ ହସ୍ତଗତ ହୋଇଛି ସେଥିରୁ ଜଣା ପଡ଼ିଛୁ ଯେ ପରୀକ୍ଷା ପାଇଁ ଏହା ଅନୁକୂଳ ପ୍ରକ୍ରିୟା ନୁହଁ । ସରକାର ଅନୁଧ୍ୟାନ କରି ବ୍ଲାକ ଲିଷ୍ଟେଡ଼ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ କରାଯିବ । ତ୍ରୁଟି ବିଚ୍ୟୁତି କେତେ ପରିମାଣର ହୋଇଛି ଏହା ପରୀକ୍ଷା ଫଳାଫଳକୁ କେତେ ପ୍ରଭାବ ପକାଇବ ତାକୁ ଅନୁଧ୍ୟାନ କରି ସରକାର ନିଷ୍ପତ୍ତି ନେବେ । ଏହାର ସମାଧାନ ପାଇଁ ସମସ୍ତ ଦ୍ୱାର ଖୋଲା ଅଛି ବୋଲି ମନ୍ତ୍ରୀ କହିଛନ୍ତି ।
ପରୀକ୍ଷା ସବୁବେଳେ ତ୍ରୁଟି ଶୂନ୍ୟ ହେବା କଥା । ଉଚିତ ସ୍ଥାନରେ ପରୀକ୍ଷା ହେଉନଥିବା ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତି। ପରୀକ୍ଷାରେ ଅବ୍ୟବସ୍ଥା ଅଭିଯୋଗ ମୋ ପାଖକୁ ଆସିଛି । ଆରଆଇ ଅମିନ ପରୀକ୍ଷା ରାଜସ୍ୱ ବିଭାଗର ନୁହେଁ, ଓଏସ୍‌ଏସ୍‌ଏସ୍‌ସି ଦ୍ୱାରା ପରିଚାଳିତ ହୋଇଥାଏ । ଜଣେ ଥାର୍ଡ଼ ପାର୍ଟିକୁ ଷ୍ଟାପ ସିଲେକ୍ସନ ବୋର୍ଡ ଆଉଟସୋରସିଂ କରିଥିବା ଖବର ଆସୁଛି । ସେହି କମ୍ପାନୀର ବିଶ୍ଵସନୀୟତାକୁ ନେଇ ବି ପ୍ରଶ୍ନ ଉଠିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031