Indus Valley Times

ଏପ୍ରିଲ ୨ରୁ ଯୁକ୍ତ ଦୁଇ ଖାତା ଦେଖା; ଏକ ସଙ୍ଗେ ବାହାରିବ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ବିଷୟର ରେଜଲ୍ଟ

 Breaking News

ଏପ୍ରିଲ ୨ରୁ ଯୁକ୍ତ ଦୁଇ ଖାତା ଦେଖା; ଏକ ସଙ୍ଗେ ବାହାରିବ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ବିଷୟର ରେଜଲ୍ଟ

ଏପ୍ରିଲ ୨ରୁ ଯୁକ୍ତ ଦୁଇ ଖାତା ଦେଖା; ଏକ ସଙ୍ଗେ ବାହାରିବ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ବିଷୟର ରେଜଲ୍ଟ
April 01
19:42 2025

ଭୁବନେଶ୍ୱର, ୧/୪ : ଆସନ୍ତାକାଲି ଅର୍ଥାତ୍ ବୁଧବାରଠାରୁ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ ହେବ। ମେ’ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ଖରାକୁ ଦୃଷ୍ଟିରେ ରଖି ଦୁଇଟି ସିଫ୍ଟରେ ଖାତା ଦେଖା ହେବ ।
ଏକସଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ବିଷୟର ପରୀକ୍ଷା ଫଳ ବାହାରିବ। ଚଳିତ ବର୍ଷ ପରୀକ୍ଷା ଦେଇଥିବା ସମସ୍ତ ୩ ଲକ୍ଷ ୯୩ ହଜାର ୬୧୬ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଏକସଙ୍ଗେ ବାହାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।
ସୂଚନା ଥାଉ କି ଏଥର ମାଲ ପ୍ରାକ୍ଟିସରେ ବୁକ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ବଡ଼ ଆଶ୍ବସ୍ତି । ତ୍ରୁଟିପୂର୍ଣ୍ଣ ଭାବେ ଏମପି ହୋଇଥିବା ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକାସାଙ୍ଗରେ ପ୍ରକାଶ ପାଇବ ।
କାଉନସିଲ ଦ୍ୱାରା ଗଠିତ ସ୍ୱତନ୍ତ୍ର କମିଟିର ଯାଞ୍ଚରେ ଏମପିରେ ବୁକ ହୋଇଥିବା ଛାତ୍ରଛାତ୍ରୀ ନିଜର ପକ୍ଷ ରଖିପାରିବେ ତେବେ ଯଦି ସେମାନେ ତ୍ରୁଟିପୂର୍ଣ୍ଣ ବୁକ ହୋଇଥିବେ ତାହେଲେ ସେମାନଙ୍କ ପରୀକ୍ଷା ଫଳ ସ୍ୱାଭାବିକ ଭାବେ ପ୍ରକାଶ ପାଇବ ବୋଲି ବୋର୍ଡ ସୂଚନା ଦେଇଛି । ଚଳିତ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହେବ। ପୂର୍ବରୁ ଭୁଲରେ ଏମପିରେ ବୁକ ହେଉଥିବା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ସାଧାରଣ ପିଲାଙ୍କ ପରୀକ୍ଷା ଫଳ ବାହାରିବାର ତିନି ମାସ ପରେ ବାହାରୁଥିଲା। ଯେଉଁଥିପାଇଁ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031