Indus Valley Times

ଓଇଆରସି ସଚିବଙ୍କ ପ୍ରେସମିଟ୍, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଢ଼ିବ ନାହିଁ ବିଦ୍ୟୁତ୍ ଦର

 Breaking News

ଓଇଆରସି ସଚିବଙ୍କ ପ୍ରେସମିଟ୍, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଢ଼ିବ ନାହିଁ ବିଦ୍ୟୁତ୍ ଦର

ଓଇଆରସି ସଚିବଙ୍କ ପ୍ରେସମିଟ୍, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଢ଼ିବ ନାହିଁ ବିଦ୍ୟୁତ୍ ଦର
March 24
19:00 2022

ଭୁବନେଶ୍ୱର,୨୪/୩: ରାଜ୍ୟବାସୀଙ୍କୁ ଖୁସି ଖବର ଦେଇଛନ୍ତି ଓଇଆରସି ସଚିବ। ରାଜ୍ୟରେ ୨୦୨୨-୨୩ ବର୍ଷରେ ବଢ଼ିବ ନାହିଁ ବିଜୁଳି ଦର। ରାଜ୍ୟ ସରକାର ରିଟେଲ ବିଦ୍ୟୁତ ଶ୍ଳୁକକୁ ଅପରିବର୍ତ୍ତି ରଖିଛନ୍ତି। ସେହିପରି ଉପଭୋକ୍ତାମାନେ ନିଜ ମାସିକ ବିଜୁଳି ବିଲ୍ ଡିଜିଟାଲ ମୋଡରେ ପେମେଣ୍ଟ କଲେ ୩% ରିହାତି ମିଳିବ ବୋଲି ଆଜି ଓଇଆରସି ସଚିବ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ପୂର୍ବବର୍ଷ ଭଳି ଶୂନରୁ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ଦର ୩ ଟଙ୍କା ରହିବ। ୫୦ରୁ ୨୦୦ ୟୁନିଟ ଯାଏ ଦର ୪ ଟଙ୍କା ୮୦ ପଇସା। ୨୦୦ରୁ ୪୦୦ ୟୁନିଟ ଯାଏ ବିଜୁଳି ଦର ୫ ଟଙ୍କା ୮୦ ପଇସା ରହିବ। ସେହିପରି ୪୦୦ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ଦର ୬ ଟଙ୍କା ୨୦ ପଇସା ରହିବ।
ଓଇଆରସି ସଚିବ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଗୁରୁବାର କିଛି ରିହାତି ଘୋଷଣା କରିଛନ୍ତି। ଗ୍ରାହକମାନେ ଡିଜିଟାଲ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ପାଇବେ। ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ। କୃଷି କ୍ଷେତ୍ର ପାଇଁ ଉଠାଜଳସେଚନ ପଏଣ୍ଟ ନିମନ୍ତେ ୨ ଟଙ୍କା ରିହାତି। ବିଦ୍ୟୁ ଚାଳିତ ଯାନ ନିମନ୍ତେ ୫ ଟଙ୍କା ୫୦ ପଇସା ଟାରିଫ୍ ଧାର୍ଯ୍ୟ କରାଯାଇଛି।
ସଚିବ ଆହୁରି କହିଛନ୍ତି, ଯେଉଁ ଉପଭୋକ୍ତାମାନେ ଅକ୍ଷୟ ଶକ୍ତିର ବ୍ୟବହାର କରୁଥିବା ପ୍ରମାଣପତ୍ର ନେବାକୁ ଚାହୁଁଛନ୍ତି, ସେମାନଙ୍କୁ ୟୁନିଟ ପିଛା ଅଧିକ ୫୦ ପିଇସା ଦେବାକୁ ପଡ଼ିବ। ଏହାପରେ ବିଭାଗ ପକ୍ଷରୁ ସେମାନଙ୍କୁ ପ୍ରମାଣପତ୍ର ମିଳିବ। ଶିଳ୍ପ କ୍ଷେତ୍ରରେ ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଛି।
ଯେଉଁ ଷ୍ଟିଲ ପ୍ଲାଣ୍ଟଗୁଡ଼ିକ ୬୫%ରୁ ୭୫% ମଧ୍ୟରେ ବିଦ୍ୟୁତ ବ୍ୟବହାର କରିବେ ସେମାନଙ୍କୁ ୧୦%, ୭୫%ରୁ ୮୫% ମଧ୍ୟରେ ୨୦%, ୮୫% ଅଧିକ ବିଜୁଳି ବ୍ୟବହାର କରୁଥିବା କାରଖାନାଗୁଡ଼ିକୁ ବିଦ୍ୟୁତ ଶ୍ଳୁକରେ ୨୦% ରିହାତି ଦିଆଯିବ। ଏହି ନିୟମ ୧ ଏମଭିଏରୁ ୬ ଏମଭିଏ ବିଜୁଳି ବ୍ୟବହାର କରୁଥିବା କ୍ଷେତ୍ରରେ ଲାଗୁ ହେବ। ଯେଉଁମାନେ ୬ ଏମଭିଏରୁ ଅଧିକ ବିଜୁଳି ବ୍ୟବହାର କରୁଥିବେ ସେମାନଙ୍କୁ ୮% ଓ ୧୦% ରିହାତି ମିଳିବ। ଏହି ସବୁ ନିୟମ ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଲାଗୁ ହେବ।
ସେହିପରି ଓପିଟିସିଏଲର ପରିବହନ ଚାର୍ଜକୁ ଅପରିବର୍ତ୍ତି ରଖାଯାଇଥିବା ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031